ପଥର ଖାଦାନ ଏବଂ କ୍ରସର ଉପରେ ଚଢ଼ାଉ, ୭ଜଣଙ୍କୁ ଅଟକ ରଖିଛି ପୋଲିସ

ସୋର : ପଥର ଖାଦାନ ଓ କ୍ରସର ଉପରେ ରେଡ୍ । ବାଲେଶ୍ଵର ଜିଲ୍ଲା ସୋର ବ୍ଳକ ବାଗୁଡ଼ି ପଥର ଖାଦାନ ଏବଂ କ୍ରସର ଉପରେ ରେଡ୍ କରିଛି ପୋଲିସ । ୭ଜଣଙ୍କୁ ଅଟକ ରଖାଯାଇଛି । ଚଢ଼ାଉରେ ଅତିରିକ୍ତ ଏସପି, ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ, ସୋର ଆଇଆଇସି ମୁକୁନ୍ଦ ମୁରାରୀ ପାତ୍ରଙ୍କ ସହ ବହୁ ପୋଲିସ ଅଧିକାରୀ ସାମିଲ ହୋଇଥିଲେ। ବାଗୁଡ଼ି ପାହାଡ଼ରେ ଦିନ ରାତି ବେଆଇନ ଭାବରେ ପଥର ଖନନ ହେଉଥିବା ଅଭିଯୋଗ ପରେ ରେଡ୍ ହୋଇଛି । କ୍ରସରର ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି ପୋଲିସ ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ବରରେ ଏକକାଳୀନ ଚାଲିଛି ରେଡ୍ । ପୂର୍ବରୁ ପ୍ରମୋଦ ରାୟ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଏବେ ଛତାଛକ ସ୍ଥିତ କାର୍ଯ୍ୟାଳୟ ରେ SDO ଭାବେ କାର୍ଯ୍ୟ କରୁଥିଲେ । ଚଢାଉରେ ୨ଜଣ ଅତିରିକ୍ତ SP, ୯ ଡିଏସ୍ ପି , ୯ ଇନ୍ସପେକ୍ଟର, ୪ ASI ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଥିଲେ ।

ସେହିପରି ବ୍ରହ୍ମପୁରରେ ମଧ୍ୟ ଇଡି ରେଡ୍ କରିଥିଲା । ଏକାଧିକ ବ୍ୟବସାୟୀ ଓ ବିଲଡରଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଲାଞ୍ଜିପଲ୍ଲି ଗଣେଶ ନଗରରେ ବିଲଡର କାଳୀ ଚରଣ ଦାସଙ୍କ ଘରେ ଚଢାଉ ହୋଇଥିଲା । ଅନ୍ୟପଟେ ଲାଞ୍ଜିପଲ୍ଲି ଢିପ ସାହିର ଶରତ ବେହେରାଙ୍କ ଘରେ ରେଡ୍ କରିଥିଲା ଇଡି । ଗତକାଲି ସନ୍ଧ୍ୟାରେ ଇଡିର ଏକାଧିକ ଟିମ୍ ବ୍ରହ୍ମପୁରରେ ପହଞ୍ଚି ଚଢାଉ କରିଛନ୍ତି । କେଉଁ କାରଣରୁ ଚଢଉ ହୋଇଛି ତାହା ଜଣାପଡିନି । ଆର୍ଥିକ ହେରଫେରକୁ କେନ୍ଦ୍ର କରି ଚଢଉ ହୋଇଥିବା ସନ୍ଦେହ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *