ପାଣିରେ ବୁଡ଼ି ବାଳକ ମୃତ

ସୋର : ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ ବାଳକର ମୃତ୍ୟୁ । ଛାତ୍ରମାନେ ଦେଖି ଗ୍ରାମବାସୀଙ୍କୁ ଖବର ପରେ  ଉଦ୍ଧାର କରିଥିଲେ । ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଘିରାପଦା ଆଗୁଆନ  ସାହିରେ ଏଭଳି ଅଘଟଣ ହୋଇଛି । ସୂଚନା ଅନୁସାରେ ଶୁଭେନ୍ଦୁ ପାତ୍ରଙ୍କ ୧୪ବର୍ଷର ସାନ ପୁଅ ଉମାକାନ୍ତ ଗାଁ ପୋଖରୀରେ  ଗାଧୋଇବା ବେଳେ ବୁଡ଼ିଯାଇ ଥିଲେ। ଫଳରେ ପାଖରେ  ଥିବା ସ୍କୁଲର ଛାତ୍ର ଛାତ୍ରୀମାନେ ଦେଖି ଗ୍ରାମବାସୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଅଞ୍ଚଳଵାସୀ ଉମାକାନ୍ତକୁ ପୋଖରୀରୁ ଉଦ୍ଧାର ପରେ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଉମାକାନ୍ତ ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୮ମ ଶ୍ରେଣୀ ପଡୁଥିବା ବେଳେ ଆଜି ସ୍କୁଲକୁ ଯାଇନଥିଲା ।

Spread the love