ମାଉସିମାରେ ପାଳନ ହେବ ସୁର ରାଉତରାୟଙ୍କ ଜୟନ୍ତୀ ଉତ୍ସବ

ଭୁବନେଶ୍ୱର ତା, ୫.୮.୨୬ : ଚଳିତ ମାସ ଅଗଷ୍ଟ ମାସ ୧୦ ତାରିଖରେ ବିଶିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ୮୩ ବର୍ଷ ବୟସରେ ପଦାର୍ପଣ କରିବେ। ଏହି ଅବସରରେ ଆଜି ସୁର ଭାଇ ଜୟନ୍ତୀ ଜୟନ୍ତୀ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା କମିଟିର ସଦସ୍ୟ ମାନେ କହିଲେ ସୁରା ଭାଇଙ୍କ ଜନ୍ମ ଜୟନ୍ତୀ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳନ କରାଯିବ। ଦିନ ତମାମ ଭୁବନେଶ୍ୱର ସମେତ ଜଟଣୀରେ ବହୁ ଗୁଡିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ। ସକାଳ ୫.୩୦ ମିନିଟ୍ ସମୟରେ ମନ୍ଦିର, ମସଜିଦ ଓ ଚର୍ଚ୍ଚରେ ପୂଜାର୍ଚ୍ଚନା କରିବାକୁ ଥିବାବେଳେ ସକାଳ ୭.୩୦ ମିନିଟ୍ ସମୟରେ ଲିଙ୍ଗରାଜ ମନ୍ଦିର, ମୁନିସପାଲିଟି ହସ୍ପିଟାଲ ଏବଂ ବଢ଼େଇବାଙ୍କ ଛକ ଠାରେ ଶ୍ରମିକ ମାନଙ୍କୁ ଫଳ ବଣ୍ଟନ କରାଯିବ। ସେହିପରି ସକାଳ ୮ ଘଟିକାରେ ଜଟଣୀ ରେଲୱେ ଡାକ୍ତରଖାନା ଏବଂ ଜଟଣୀ, ଷଣ୍ଢପୁର ଡାକ୍ତରଖାନାରେ ଫଳ ବଣ୍ଟନ କରାଯିବା ପରେ ସକାଳ ୧୦ ଘଟିକାରେ ମାଉସୀମା ଛକ ଠାରେ ରକ୍ତଦାନ ଶିବିର ଅନୁଷ୍ଟିତ ହେବା। ସୁରଭାଇ ୮୩ ବର୍ଷ ବୟସରେ ପଦାର୍ପଣ କରୁଥିବାରୁ ୮୩ ଜଣ ଶୁଭେଚ୍ଛୁ ରକ୍ତ ଦାନ କରିବେ ବୋଲି ସୂଚନା ପ୍ରଦାନ କରିଥିଲେ ।

ଅନୁରୂପ ଭାବେ ସକାଳ ୧୧ ଘଟିକାରେ ମାଉସୀମା ମନ୍ଦିର ପରିସରରେ ବୃକ୍ଷରୋପଣ କରାଯିବା ସହ ସମ୍ବର୍ଦ୍ଧନା ପର୍ବ ବି ଅନୁଷ୍ଟିତ ହେବା। ମଧ୍ୟାହ୍ନ ୧୨ ଘଟିକାରେ ମାଉସୀମା ମନ୍ଦିର ପରିସରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଥିବାବେଳେ ଦିନର ଅନ୍ତିମ ଚରଣରେ ସଂନ୍ଧ୍ୟା ୭ ଘଟିକାରେ ମାଉସୀମା ଛକ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି ଅନୁଷ୍ଟିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଜୟନ୍ତୀ କମିଟି ଉପ ସଭାପତି ଜୟକୃଷ୍ଣ ମଲିଆ, କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମୁଦୁଲି, ସାଧାରଣ ସମ୍ପାଦକ ଦିଲ୍ଲୀପ ମିଶ୍ର, ବରିଷ୍ଠ ସଦସ୍ୟ କେଦାର ନାଥ ମହାପାତ୍ର, ସନତ ମିଶ୍ର, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ , ଶ୍ରୀପତି ପତି, ବାବୁନା ପଢିହାରୀ, ଇନ୍ଦ୍ରମଣି ମହାପାତ୍ର, ଗଦାଧର ଦାସ, ଲିଙ୍ଗରାଜ ସାହୁ, ଗିରିଜା ମହାପାତ୍ର, ବିକ୍ରମ ସୁନ୍ଦରାୟ, ସନ୍ତୋଷ କୁମାର ସାହୁ, ମନୋରଞ୍ଜନ ବଟୁ, ସରୋଜ କୁମାର ମହାନ୍ତି , ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love