ପାଣି ଘେରରେ ଜୀବନ, ନା ମିଳୁଛି ଖାଦ୍ୟ ନା ପହଞ୍ଚୁଛି ସହାୟତା

ଭଦ୍ରକ: ଉତ୍ତର ଓଡ଼ିଶାରୁ ଟଳିନି ବନ୍ୟା ବିପଦ । ନଈରୁ ପାଣି କମୁଥିଲେ ବି ପାଣି ଘେରରେ ରହିଛି ଗାଁ । ବୈତରଣୀ ବନ୍ୟା ଯୋଗୁଁ ଭଦ୍ରକ ଧାମନଗର ବ୍ଲକର କୋଠାର ପଞ୍ଚାୟତର ବିଭିନ୍ନ ଗାଁରେ ପଶିଛି ପାଣି । ଏହି ପଞ୍ଚାୟତର ନୂଆ ମଳିକ ସାହିରେ ପ୍ରାୟ ୫୦ଟି ପରିବାରର ୨୫୦ ରୁ ଅଧିକ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି । ଗାଁ ଭିତରେ ୫ଫୁଟ ଉଚ୍ଚର ବନ୍ୟା ପାଣି ଚାଲିଛି । ଘର ଭିତରେ ୩ ଫୁଟ ଉଚ୍ଚର ପାଣି । ଗାଁ ଲୋକେ ଗତ କାଲି ଠାରୁ ଭୋକ ଉପାସରେ ଅଛନ୍ତି । ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିବା ପାଇଁ କେହି ପହଞ୍ଚିନଥିବା ଅଭିଯୋଗ ହୋଇଛି । ଶୁଖିଲା ଖାଦ୍ୟ ବି ପହଞ୍ଚି ନାହିଁ । ଜରୁରୀ ସାମଗ୍ରୀ ପାଇଁ ଛାତିଏ ପାଣ ରେ ପଶି ବାହାରକୁ ଯାଉଛନ୍ତି ଲେକେ । ବିପନ୍ନଙ୍କ ସମସ୍ୟା ବୁଝିବାକୁ ଏହି ଗାଁରେ ପହଞ୍ଚିଛି କଳିଙ୍ଗ ଟିଭି ।

Spread the love

Leave a Reply

Your email address will not be published. Required fields are marked *