ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ରୋଷେୟା ଗିରଫ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରୋଷେୟା ଗିରଫ । ମନ୍ମଥ କୁମ୍ଭଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ଥାନା ପୋଲିସ । ପାରଳାଖେମୁଣ୍ଡି SDJM ଅଦାଲତ ମନ୍ମଥଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ଆଜି ଭୋର ସମୟରେ ତାଙ୍କୁ ନିଜ ଗାଁରୁ ପୋଲିସ ଗିରଫ କରିଛି । ଭାରତୀୟ ଦଣ୍ଡ ସଂହିତାର ଧାରା 302/120-B ସମ୍ପର୍କିତ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ହାଜର କରିବା ପାଇଁ ଏହି ପରୱାନା ଜାରି ହୋଇଥିଲା ।

ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଏସଡିଜେଏମ୍, ପାରଳାଖେମୁଣ୍ଡିଙ୍କ ଅଦାଲତରେ ହାଜର କରାଯାଇଛି । ସୌମ୍ୟରଞ୍ଜନଙ୍କ ମାମୁ ଶୀତିକଣ୍ଠ ପଣ୍ଡା ଆମକୁ ନ୍ୟାୟ ମିଳିଛି ବୋଲି କହିଛନ୍ତି । ରୋଷେୟା ମନ୍ମଥ କୁମ୍ଭ ଗିରଫ ପରେ ମାମୁ ଶୀତିକଣ୍ଠ ପଣ୍ଡା ଖୁସି ବ୍ୟକ୍ତ କରିଛନ୍ତି। ୩ ଅଭିଯୁକ୍ତକୁ ଆଜୀବନ ସଜ୍ଜା ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *