ପ୍ରଥମେ କେଉଁଠି ସ୍ଥାପନ ହୋଇଥିଲା ଟ୍ରାଫିକ୍ ସିଗନାଲ୍, ଜାଣନ୍ତୁ କିଏ କରିଥିଲେ ଉଦ୍ଭାବନ

ରାସ୍ତାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ, ଆପଣଙ୍କୁ ଅନେକ ଟ୍ରାଫିକ୍ ସିଗନାଲ ଦେଇ ଯିବାକୁ ପଡିଥାଏ । ସମୟ ସମୟରେ ଟ୍ରାଫିକ୍ ନିୟମ ଲାଗୁ କରିବା ପାଇଁ ଟ୍ରାଫିକ୍ ସିଗନାଲର ପରିବର୍ତ୍ତିତ ରଙ୍ଗ – ଲାଲ, ସବୁଜ ଏବଂ ହଳଦିଆକୁ ବ୍ୟବହାର କରାଯାଏ । ଆପଣ ନିଶ୍ଚିତ ଭାବେ ଜାଣିଥିଲେ ଯାନବାହନ ପରିଚାଳନା ପାଇଁ ଏହି ଟ୍ରାଫିକ୍ ଲାଇଟ୍ କେତେ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏଗୁଡ଼ିକୁ କିଏ ଉଦ୍ଭାବନ କରିଥିଲେ ? ଆସନ୍ତୁ ଏ ବିଷୟରେ କିଛି ଆକର୍ଷଣୀୟ ତଥ୍ୟ ଜାଣିବା।

୧୮୬୮ ମସିହା ଡିସେମ୍ବର ମାସରେ ଲଣ୍ଡନର ୱେଷ୍ଟମିନିଷ୍ଟରରେ ସ୍ଥାପିତ ହୋଇଥିଲା ପ୍ରଥମ ଟ୍ରାଫିକ୍ ସିଗନାଲ । ବ୍ରିଟିଶ ସଂସଦ ଏବଂ ୱେଷ୍ଟମିନିଷ୍ଟର ବ୍ରିଜ୍ ନିକଟରେ ଅବସ୍ଥିତ ଏହି ସିଗନାଲଗୁଡ଼ିକ ବିଦ୍ୟୁତ୍ ଦ୍ୱାରା ନୁହେଁ ବରଂ ଗ୍ୟାସ୍ ଦ୍ୱାରା ପରିଚାଳିତ ହେଉଥିଲା । ଯେହେତୁ ଏଗୁଡ଼ିକୁ ହାତରେ ଚଲାଇବାକୁ ପଡୁଥିଲା, ଜଣେ ପୋଲିସ କର୍ମଚାରୀ ଏକ ପାଇପ୍ ମାଧ୍ୟମରେ ସିଗନାଲକୁ ଗ୍ୟାସରେ ଭରୁଥିଲେ ଏବଂ ତପରେ ଏହାକୁ ପରିଚାଳନା କରୁଥିଲେ । କହି ରଖୁଛୁ ଏହି ସିଗନାଲରେ ଥରେ ଲିକ୍ ହୋଇଥିବାରୁ ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

ଏହି ଟ୍ରାଫିକ୍ ସିଗନାଲରେ ପ୍ରଥମେ ଲାଲ ଏବଂ ସବୁଜ ଭଳି ଦୁଇଟି ରଙ୍ଗକୁ ବ୍ୟବହାର କରାଯାଇଥିଲା, ଯାହା ଏକ ପାଇପରେ କନେକ୍ଟ ଥିଲା । ଏହି ସିଗନାଲଗୁଡ଼ିକ ବ୍ରିଟିଶ ରେଳବାଇ ଟ୍ରାଫିକ୍ ଇଞ୍ଜିନିୟର ଜନ୍ ପିକ୍ ନାଇଟ୍ ଦ୍ୱାରା ଡେଭଲପ୍ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଏଗୁଡ଼ିକ ରାସ୍ତା ପାଇଁ ନୁହେଁ ବରଂ ରେଳମାର୍ଗ ପାଇଁ ଉଦ୍ଭାବନ କରାଯାଇଥିଲା ।

ମଡର୍ଣ୍ଣ ଟ୍ରାଫିକ୍ ଲାଇଟ୍ ବିଷୟରେ କହିବାକୁ ଗଲେ, ଏହା ଆମେରିକୀୟମାନଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା । ଏହାକୁ ପ୍ରଥମେ ୧୯୧୪ ମସିହାରେ କ୍ଲିଭଲ୍ୟାଣ୍ଡରେ ସ୍ଥାପନ କରାଯାଇଥିଲା । ଏହି ଟ୍ରାଫିକ୍ ଲାଇଟ୍ ବିଦ୍ୟୁତ୍ ସାହାଯ୍ୟରେ ଚାଲିଥିଲା, କିନ୍ତୁ ଏହାକୁ ଡେଭଲପ୍ କରିବା ପାଇଁ ବହୁତ ସମୟ ଯାଇଥିଲା । ଆରମ୍ଭରେ, ଏହାକୁ ଏକ ସ୍ୱିଚ୍ ସାହାଯ୍ୟରେ ଅନ୍- ଅଫ୍ କରିବାକୁ ପଡ଼ୁଥିଲା, କିନ୍ତୁ ସମୟ ସହିତ ଏହା ବିକଶିତ ହୋଇଥିଲା । ଏହାକୁ ମିଶିଗାନର ୱିଲିୟମ୍ ନାମକ ଜଣେ ପୋଲିସ କର୍ମଚାରୀ ଉଦ୍ଭାବନ କରିଥିଲେ ।

ଟ୍ରାଫିକ୍ ଲାଇଟରେ ପ୍ରଥମେ କେବଳ ଲାଲ ଏବଂ ସବୁଜ ଭଳି ଦୁଇଟି ରଙ୍ଗ ବ୍ୟବହାର କରାଯାଉଥିଲା । କିନ୍ତୁ ୧୯୨୧ ମସିହାରେ, ୱିଲିୟମ୍ ହଳଦିଆକୁ ମିଶାଇଥିଲେ । ପରେ ତିନି ରଙ୍ଗର ସିଗନାଲ ଲାଇଟ୍ ବ୍ୟବହାର ଆରମ୍ଭ ହୋଇଥିଲା, ଯାହା ଏବେ ବି ଟ୍ରାଫିକ୍ ସିଗନାଲରେ ବ୍ୟବହାର କରାଯାଉଛି ।

ଭାରତରେ ଟ୍ରାଫିକ୍ ସିଗନାଲ କେବେ ଆରମ୍ଭ ହୋଇଥିଲା?

ଭାରତରେ ପ୍ରଥମ ଟ୍ରାଫିକ୍ ସିଗନାଲ ଚେନ୍ନାଇରେ ସ୍ଥାପନ କରାଯାଇଥିଲା । ୧୯୫୩ ମସିହାରେ ଏଗମୋର୍ ଜଙ୍କସନ୍‌ରେ ପ୍ରଥମ ଟ୍ରାଫିକ୍ ସିଗନାଲ ସ୍ଥାପନ କରାଯାଇଥିଲା। କିଛି ବର୍ଷ ପରେ, ଏହା ବେଙ୍ଗାଲୁରୁରେ ମଧ୍ୟ ସ୍ଥାପନ କରାଯାଇଥିଲା ଏବଂ ଧୀରେ ଧୀରେ ଅନ୍ୟ ସହରଗୁଡ଼ିରେ ମଧ୍ୟ ଏହି ଟ୍ରାଫିକ୍ ସିଗନାଲକୁ ବିସ୍ତାର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *