ପ୍ରବଳ ବର୍ଷାକୁ ନେଇ ବଡ଼ ନିଷ୍ପତ୍ତି, ୭ ଜିଲ୍ଲାରେ ସ୍କୁଲ୍ ବନ୍ଦ

ଭୁବନେଶ୍ବର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାରେ ସ୍କୁଲ ଛୁଟି । ଖୋର୍ଦ୍ଧା, ଗଜପତି, ଗଞ୍ଜାମ , ଜଗତସିଂହପୁର , ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧାରେ ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ଥିବାବେଳେ ଗଞ୍ଜାମରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ପାଇଁ ୩ ଦିନିଆ ଛୁଟି ଘୋଷଣା କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ୨ଦିନ ବନ୍ଦ ରହିବ । ଗଜପତି ଜିଲ୍ଲାରେ ୨୪ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।

ସେହିଭଳି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ । ଏହି ସମୟରେ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଲକାନଗିରିରେ ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ ।  ୩୮ ଜଣିଆ ଓଡ୍ରାଫ ଟିମ୍ ପ୍ରସ୍ତୁତ ରଖାଯାଇଛି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରିବା ସହ ୨୪ ଘଣ୍ଟା ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ନବରଙ୍ଗପୁର ଏବଂ କୋରାପୁଟରେ ୨୩ ଓ ୨୪ ତାରିଖ ଦୁଇଦିନ ବନ୍ଦ ରହିବ ସମସ୍ତ ସ୍କୁଲ ।

Spread the love

Leave a Reply

Your email address will not be published. Required fields are marked *