ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି, ଲୁଟିନେଲେ ୨୨ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର

ଭଦ୍ରକ: ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି । ବାପ ପୁଅ ବେକରେ  ମାରଣାସ୍ତ୍ର ଆଉ ବନ୍ଧୁକ ଲଗାଇ ଲୁଟିନେଲେ ୨୨ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର । ଗତକାଲି ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଆମ୍ଭରୋଳି ପଞ୍ଚାୟତ ତଳାଙ୍ଗ କେନାଲ ବନ୍ଧ ନିକଟରେ ଗଙ୍ଗାଧର ମଲ୍ଲିକଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି । ରାତି ପ୍ରାୟ ୧୦ଟା ବେଳେ ୭ରୁ ୮ଜଣ ମୁଖା ପିନ୍ଧା ଘର ଭିତରେ ପଶିଥିଲେ । ବାପ ପୁଅଙ୍କୁ ବନ୍ଧୁକ ଆଉ ଛୁରୀ ଦେଖାଇ ଭୟଭୀତ କରି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିଲେ । ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

  1. ରାତି ପ୍ରାୟ ୧୦ ଟା ବେଳେ ଗା ଗଙ୍ଗାଧର ମଲ୍ଲିକ ଓ ତାଙ୍କ ପୁଅ ଏବଂ ସ୍ତ୍ରୀ ଖାଉଥିଲା ବେଳେ ୭ ରୁ ୮ ଜଣ ଡକାୟତ ହଟାତ ଘର ଭିତରେ ପସି ଗଙ୍ଗାଧରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇ ଥିଲେ ।  ସେହି ସମୟ ରେ ତାଙ୍କ ପୁଅ କୌଶଳ କ୍ରମେ ଦୌଡ଼ି ପଲାଇ ଯିବାକୁ ଉଦ୍ୟମ କରିବାରୁ ତାକୁ ଧରି ତା ବେକରେ  ମାରଣାସ୍ତ୍ର ଲଗାଇ ଭୟଭୀତ କରି ବାକ୍ସର ଚାବି କାଠି ନେଇ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇ ଯାଇଛନ୍ତି ଡକାୟତ ଦଳ । ଆଜି ସକାଳୁ ଏହି ଘଟଣା ଜଣା ପଡିବା ପରେ ଗାଁ ରେ ଭୟର ବାତାବରଣ ଦେଖାଯିବ ସହିତ ଏହି ଘଟଣା ଚହଳ ସୃଷ୍ଟି କରିଛି । ଅଭିଯୋଗ ପରେ ପୋଲିସ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି ।
Spread the love

Leave a Reply

Your email address will not be published. Required fields are marked *