ବର୍ଷା ଦିନରେ ହୋଇଥାଏ ଏହିସବୁ ରୋଗ, ଜାଣନ୍ତୁ କିପରି ରହିବେ ସତର୍କ
ଭୀଷଣ ଗରମ ପରେ ବର୍ଷା ଋତୁ ଜୀବଜଗତକୁ ତ୍ରାହି ଦେଇଥାଏ । କିନ୍ତୁ ଏହି ଦିନ ମାନଙ୍କରେ ଲୋକମାନେ ଅଧିକ ରୋଗରେ ପଡ଼ନ୍ତି । ବର୍ଷା ଋତୁର କୋହଲା ପାଗରେ କମ୍ବଳ ଘୋଡ଼େଇ ଶୋଇବାର ମଜାକୁ ଦ୍ବିଗୁଣିତ କରିଥାଏ ଗୋଟେ କପ୍ କଫି ଓ ଗରମ ଗରମ ସୁପ୍ । କିନ୍ତୁ ଏଇ ବର୍ଷାରେ ଆପଣଙ୍କ କିଛିଟା ସାଧାରଣ ଅସାବଧାନତା ସ୍ବାସ୍ଥ୍ୟକୁ ବିଗାଡ଼ି ଦେଇଥାଏ । ବର୍ଷା ଦିନରେ ଗୁଳୁଗୁଳି ତଥା ପରିବର୍ତ୍ତିତ ପରିବେଶ ଯୋଗୁଁ ସଂକ୍ରମିତ ବ୍ୟାକ୍ଟେରିଆ ଓ ଭାଇରସ ଆଦି ବଂଶ ବିସ୍ତାର କରିଥାନ୍ତି । ଯାହାଫଳରେ ଡେଙ୍ଗୁ, ମ୍ୟାଲେରିଆ ଆଦି ଭଳି ରୋଗ ହୋଇଥାଏ । ଏହି ରୋଗ ଗୁଡ଼ିକରୁ ବଞ୍ଚିବା ପାଇଁ ପାଣିକୁ ଗରମ କରି ଓ ମଶାରି ଲଗାଇ ଶୋଇବା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି ।
ବର୍ଷାରେ ଆଗମନରେ ଲୋକଙ୍କ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ପାଚନ ପ୍ରକ୍ରିୟାରେ ଅସୁବିଧା ହୋଇଥାଏ । ଏଣୁ ଏଥିରୁ ରକ୍ଷା ପାଇବା ପାଇଁ ନିଜର ଦୈନନ୍ଦିନ କାମରେ କିଛିଟା ପରିବର୍ତ୍ତନ କରନ୍ତୁ । ବର୍ଷା ଦିନରେ ହାତ ମିଶାଇବା ତଥା ଏଠିସେଠି ହାତ ମାରିବା ଦ୍ବାରା ବ୍ୟାକ୍ଟେରିଆ ଓ ଭାଇରସ ସହଜରେ ଆପଣଙ୍କ ସପଂର୍ଶରେ ଆସିଥାନ୍ତି ଏଥିସହ, ଆଖି ଏବଂ ମୁହଁରେ ବାରମ୍ବାର ହାତ ମାରନ୍ତୁ ନାହିଁ । ଏହା ଦ୍ବାରା ଭାଇରସ୍ ଆଖି, ନାକ, ପାଟି ମଧ୍ୟ ଦେଇ ଶରୀରକୁ ପ୍ରବେଶ କରିଥାଏ। ଏଣୁ ଏଥିରୁ ରକ୍ଷା ପାଇବା ପାଇଁ ରୁମାଲ୍ କିମ୍ବା ନାପକିନ୍ ବ୍ୟବହାର କରନ୍ତୁ । ଆପଣ ହାତକୁ ସାବୁନ କିମ୍ବା ଉଷୁମ୍ ପାଣିରେ ଧୁଅନ୍ତୁ । ତେବେ ଆସନ୍ତୁ ଜାଣିବା ବର୍ଷା ଦିନର କିଛି ରୋଗ ବିଷୟରେ ।
ମ୍ୟାଲେରିଆ: ବହୁତ ଜୋରରେ ଜ୍ୱର ହେବା ଏହାର ଲକ୍ଷଣ ଅଟେ । ଏହା ସାଧାରଣ ଜ୍ୱରରୁ ଖୁବ୍ ଅଲଗା । ପାଣି ଜମା ହେବା ଦ୍ୱାରା ମଶା ଜନ୍ମ ନିଅନ୍ତି । ତେଣୁ ନିଜର ଆଖପାଖ ଅଞ୍ଚଳ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ । ଏହାସହ ପ୍ରତିଦିନ ମଶାରି ଦେଇ ଶୁଅନ୍ତୁ ଓ ଘର ଆଖପାଖରେ ନିୟମିତ ବ୍ୟଧାନରେ ବ୍ଲିଚିଂ ପାଉଡର ପକାନ୍ତୁ ।
ଟାଇଫଏଡ଼: ଏହି ଜ୍ୱର ବହୁତ ସମୟ ଧରି ରହେ । ଦୂଷିତ ଖାଦ୍ୟ ଖାଇବା ଓ ପାଣି ପିଇବା ଦ୍ୱାରା ଏହି ରୋଗ ହୁଏ । ଯଦି ଆପଣ ଏହି ରୋଗରେ ପିଡ଼ୀତ ତେବେ ତୁରନ୍ତ ଡ଼ାକ୍ତରଙ୍କୁ ସମ୍ପର୍କ କରନ୍ତୁ । ରୋଗୀଙ୍କୁ ପରିବାରର ଅନ୍ୟ ସଦସ୍ୟ ଠାରୁ ଅଲଗା ରହିବା ଉଚିତ । ଏହାସହ ଏହି ରୋଗ ସମ୍ପୁର୍ଣ୍ଣ ରୂପେ ଭଲ ହେବା ପରେ ମଧ୍ୟ ଆରାମ କରିବା ଉଚିତ ।
ଡେଙ୍ଗୁ ଜ୍ବର: ଡ଼େଙ୍ଗୁ ଜ୍ୱର ବହୁତ କଷ୍ଟଦାୟକ ଅଟେ । ଏହା ଏଡ଼ିସ ମଶା ଦ୍ୱାରା ବ୍ୟାପୀଥାଏ । ଡ଼େଙ୍ଗୁ ରୋଗରୁ ରକ୍ଷା ପାଇବା ପାଇଁ ନିଜର ଆଖପାଖ ସଫା ରଖିବା ଉଚିତ୍ । ଏହି ଜ୍ୱର ହେଲେ ଅଚାନକ ଭାବେ ଜ୍ୱର ଆସେ, ପ୍ରବଳ ମୁଣ୍ଡ ବ୍ୟଥା ହୁଏ ଓ ଆଖିରେ ମଧ୍ୟ କଷ୍ଟ ଅନୁଭବ ହୁଏ । ଏହି ରୋଗ ହେଲେ ସଙ୍ଗେ ସଙ୍ଗେ ଡ଼ାକ୍ତରଙ୍କ ସହ ପରାମର୍ଶ ନେବା ଜରୁରୀ । ତେଣୁ ବର୍ଷା ଦିନରେ ଏଥିପ୍ରତି ସର୍ତକ ରହିବା ନିହାତି ଜରୁରୀ ।
