ରେଢାଖୋଲ ପଟାଖମଣ ଗାଁ ନିକଟ ରାସ୍ତାରେ ବୁଲୁଛି କୁମ୍ଭୀର, ଭୟର ବାତାବରଣ
ରେଢାଖୋଲ: ରାସ୍ତାରେ ବୁଲୁଛି କୁମ୍ଭୀର । ରେଢାଖୋଲ ବ୍ଲକ ପଟାଖମଣ ଗାଁ ନିକଟ ରାସ୍ତାରେ ଏକ ବଡ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ବନ ବିଭାଗ ପକ୍ଷରୁ କୁମ୍ଭୀରକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
ତେବେ କେଉଁଠୁ କୁମ୍ଭୀରଟି ଗାଁ ଆଡକୁ ଚାଲି ଆସିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । କୁମ୍ଭୀରଟି ଉଦ୍ଧାର ନହେବା ପର୍ଯ୍ୟନ୍ତ ଗାଁ ଲୋକଙ୍କୁ ରାସ୍ତା ନିକଟକୁ ନଯିବାକୁ ସଚେତନ କରାଯାଉଛି । କୁମ୍ଭୀର ଦେଖିଲେ ଭିଡ଼ ନକରି ତୁରନ୍ତ ବନ ବିଭାଗକୁ ଖବର ଦେବାକୁ କୁହାଯାଇଛି ।
