ବାଲିଅନ୍ତା ହିରାପୁର ବ୍ୟବସାୟୀ ହତ୍ୟା ଘଟଣାରେ ଆସିଲା ରାୟ, ପିଶାଚ ପ୍ରେମିକାକୁ ଆଜୀବନ ସଜ୍ଜା

ଭୁବନେଶ୍ବର: ପିଶାଚ ପ୍ରେମିକାକୁ ଆଜୀବନ ସଜ୍ଜା । ଲିଭ୍ ଇନରେ ରହି ପ୍ରେମିକକୁ କରିଥିଲା ହତ୍ୟା । ବାଲିଅନ୍ତା ହିରାପୁର ବ୍ୟବସାୟୀ ହତ୍ୟା ଘଟଣାରେ ଆସିଲା ରାୟ। ବିଶ୍ବଜିତ ନାୟକ ହତ୍ୟା ଘଟଣାରେ ପ୍ରେମିକା ଶୁଙ୍କି ରଣାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ। ରାୟ ଶୁଣାଇଛନ୍ତି ଭୁବନେଶ୍ୱର ଦ୍ଵୀତିୟ ଅତିରିକ୍ତ ଜିଲ୍ଲା ଦୋରାଜଜ କୋର୍ଟ। ୧୬ଟି ଦସ୍ତାବିଜ ୧୭ଟି ସାକ୍ଷୀ ଆଧାରରେ ଦୈଷୀ ସାବ୍ୟସ୍ତ । କେୟାର ଟେକର ସହ ଲିଭ୍ ଇନ୍ ପ୍ରେମ ପାଇଁ ଘଟିଥିଲା ହତ୍ୟାକାଣ୍ଡ।  କାଠ ଫାଳିଆରେ ହତ୍ୟା କରି ଖସିଯାଇଥିଲା ପ୍ରେମିକା ।

ପୂର୍ବରୁ ମଧ୍ୟ ଏକ ହତ୍ୟା ମାମଲାରେ ସଜା କାଟି ଜେଲରୁ ମୁକୁଳି ଥିଲା। ଆଶ୍ରମରେ ରହିବା ସମୟରେ ଅନ୍ୟ ଜଣେ ଅନ୍ତେବାସୀର ପୁଅ ସହ ହୋଇଥିଲା ପ୍ରେମ। ଗତ ୧୩ ଜାନୁଆରୀ ୨୦୨୪ ବାଲିଅନ୍ତା ଥାନା ହିରାପୁରରେ ଘଟିଥିଲା ହତ୍ୟା ଘଟଣା। ବ୍ୟବସାୟୀ ବିଶ୍ବଜିତ ନାୟକ ହତ୍ୟା ଘଟଣାରେ ଗତ ୧୬ଜାନୁଆରୀ ୨୦୨୪ରେ ହତ୍ୟାକାରୀକୁ ଗିରଫ କରିଥିଲା ପୋଲିସ । ଆଜି ଅଭିଯୁକ୍ତ ଲେଡିକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ବିଚାରପତି ବନ୍ଦନା କର। ଅଭିଯୁକ୍ତ ଶୁଙ୍କି ରଣାର ଘର ଝାରସୁଗୁଡ଼ାରେ। ପୁର୍ବରୁ ମଧ୍ୟ ତାର ଝିଆରୀକୁ ହତ୍ୟା କରି ଜେଲ ସଜ୍ଜା କାଟିଥିଲା। ପରେ ଦ୍ଵୀତିୟ ହତ୍ୟାକାଣ୍ଡ ଘଟାଇ ଝାରପଡା ଜେଲରେ ଥିଲା ।

Spread the love

Leave a Reply

Your email address will not be published. Required fields are marked *