ବିଦେଶୀ ମଦ ଦୋକାନ ଖୋଲିବା ନେଇ ପ୍ରତିବାଦ, ତାତିଲେ ଏସଏଚଜି ମହିଳା
ବିଦେଶୀ ମଦ ଦୋକାନ ଖୋଲିବା ନେଇ ପ୍ରତିବାଦ । ତାତିଲେ ଏସଏଚଜି ମହିଳା । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଆମ୍ବେଦକର ଛକଠାରେ ବିଦେଶୀ ମଦ ଦୋକାନ ଖୋଲିବା ନେଇ ପ୍ରତିବାଦ । ମହିଳାମାନେ ଶୋଭାଯାତ୍ରା କରିବା ସହ ବିଦେଶୀ ମଦ ଦୋକାନକୁ ଘେରାଉ କରିଥିଲେ । ଖଡ଼ିଆଳ ସହରର ଆମ୍ବେଦକର ଛକ ହେଉଛି ଏକ ଜନଗହଳି ପୂର୍ଣ୍ଣ ସ୍ଥାନ । ଏଭଳି ଗୁରୁତ୍ୱପୂର୍ଣ୍ଣ ଛକ ଉପରେ ବିଦେଶୀ ମଦ ଦୋକାନ ଖୋଲାଯାଇଛି । ଯାଫଳରେ ଛାତ୍ର ଛାତ୍ରୀ ଓ ସ୍ଥାନିୟ ନାଗରିକମାନଙ୍କ ଉପରେ କୁପ୍ରଭାବ ପଡୁଛି ।
ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥାନିୟ ମହିଳାମାନେ ନୂଆପଡ଼ା ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଜି ଖଡ଼ିଆଳ ଆମ୍ବେଦକର ଛକରୁ ତୁରନ୍ତ ବିଦେଶୀ ମଦ ଦୋକାନକୁ ଉଚ୍ଛେଦ କରିବା ପାଇଁ ସ୍ଥାନିୟ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଛନ୍ତି । ଏଥିସହ ବିଦେଶୀ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନହେଲେ ଆଗାମି ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।
