ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଆସନ୍ତା ୧୪, ୧୫ ଓ ୧୬ ହେବ ରଜ ପର୍ବ ମିଳନ, ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ସହ ନିଅନ୍ତୁ ପୀଠ-ମିଠାର ସ୍ୱାଦ

ଭୁବନେଶ୍ୱର : ଓଡ଼ିଶା ମାଟିର ଗୌରବମୟ ଐତିହ୍ୟ ର ବାର୍ତ୍ତା ବହନ କରେ ଆମର ଲୋକ ପ୍ରିୟ ରଜ ପର୍ବ ।  ମାଟି ମା ପୂଜା ଓ କୃଷି ଆବାହନ ର ଅପୂର୍ବ ମିଳନ ଏହି ରଜ ପର୍ବ । ଏହି ପର୍ବକୁ ଆହୁରି ଆକର୍ଷଣୟ କରିବାକୁ ପ୍ରଚେଷ୍ଟା କରିଛନ୍ତି ବିଶ୍ୱ ଓଡ଼ିଆ ପରିବାର। ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରାହାଳୟରେ ଆସନ୍ତା ୧୪, ୧୫ ଓ ୧୬ ତାରିଖ ତିନି ଦିନ ଧରି ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ସହ ମନୋରଞ୍ଜନର ପସରା ମେଲିଛନ୍ତି ବିଶ୍ୱ ଓଡ଼ିଆ ପରିବାର। ବିଭିନ୍ନ ପ୍ରକାର ପୀଠ, ମିଠା, ଓ ପାନ ଖାଇବା ସହିତ ପୁଚି, ହୁଳହୁଳି ଓ ରଜ ସ୍ଲୋଗାନ ଆବୃତ୍ତି ପରି ନିଆରା ପ୍ରତିଯୋଗିତାର ଆୟୋଜନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭବାନୀ ପ୍ରସାଦ ମିଶ୍ର, ମ୍ୟାନେଜିଂ ଟ୍ରଷ୍ଟି, ବିଶ୍ୱ ଓଡ଼ିଆ ପରିବାର ।  ଏହି ସମାରୋହରେ ଯୋଗ ଦେଇ ଏହାର ମଜା ନେବା ସହିତ ଉତ୍ସବକୁ ଆହୁରି ସରସ ସୁନ୍ଦର କରିବା ପାଇଁ ବିଶ୍ୱ ଓଡ଼ିଆ ପରିବାର ସମସ୍ତଙ୍କୁ ଆହ୍ୱାନ କରିଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ୍ ଶର୍ମା ।

Spread the love

Leave a Reply

Your email address will not be published. Required fields are marked *