ପୁଣି ଫେରିଲା ‘କ୍ୟାଶ୍ ଯୁଗ’? ପେଟ୍ରୋଲ୍ ପମ୍ପରେ ଆଉ ୟୁପିଆଇ ନାହିଁ!

ପୁଣି ଫେରିବ କି କ୍ୟାଶ୍ ଯୁଗ? ପେଟ୍ରୋଲ୍ ପମ୍ପରେ ଲାଗିଲା ‘Cash Only’ ର ପୋଷ୍ଟର୍ । ଆଉ ଚଳିବନି UPI, ପେଟ୍ରୋଲ୍ ପମ୍ପରେ ଅନଲାଇନ୍ କାରବାର କରିବାକୁ ହେଲାଣି ମନା ! ଆପଣ ଯଦି କ୍ୟାଶ୍ ନଧରି ପେଟ୍ରୋଲ୍ ଟାଙ୍କି ଯାଉଛନ୍ତି ତା’ହେଲେ କେମିତି ପଇଠ କରିବେ ଟଙ୍କା । ଜାଣିରଖନ୍ତୁ ନହେଲେ ହଇରାଣରେ ପଡ଼ିବେ । ଡିଜିଟାଲ୍ ଇଣ୍ଡିଆ ଯୁଗରେ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ମାଧ୍ୟମ ପାଲଟିଥିବା UPI କୁ ନେଇ ଏବେ ଦେଶସାରା ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ପକ୍ଷରୁ ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ କରିବା ନିଷ୍ପତ୍ତି ପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ବ୍ୟବସାୟୀ ଓ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଯାଇଛି। ଖାସ୍ କରି ପେଟ୍ରୋଲ ପମ୍ପ ଏବଂ CNG ଷ୍ଟେସନଗୁଡ଼ିକରେ ଏବେ ଏକ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି। ଅନେକ ପେଟ୍ରୋଲ ପମ୍ପରେ “୨୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଗ୍ରହଣ କରାଯିବ ନାହିଁ” କିମ୍ବା “କେବଳ କ୍ୟାଶ୍ ଦିଅନ୍ତୁ” ଲେଖାଥିବା ପୋଷ୍ଟର ଝୁଲୁଥିବାର ଦେଖାଯାଉଛି। କେନ୍ଦ୍ର ସରକାର ଓ NPCIର ନିର୍ଦ୍ଦେଶାବଳୀ ଅନୁଯାୟୀ, ୨୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ MDR ଶୁଳ୍କ ଆଦାୟ କରାଯିବ। ଏହି ନୂଆ ନିୟମ ଅକ୍ଟୋବର ୧୫ ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ନୂଆ ନିୟମକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଲାଭାଂଶ କମିଯିବାର ଭୟ ସୃଷ୍ଟି ହୋଇଛି ଯେଉଁଥିପାଇଁ ସେମାନେ ନିୟମ ଲାଗୁ ହେବା ପୂର୍ବରୁ ହିଁ ଅନଲାଇନ୍ ପେମେଣ୍ଟ ନେବାକୁ ସଂକୋଚବୋଧ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *