ଭିଜିଲାନ୍ସ ଜାଲରେ OAS ବାବୁ, ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି

କଟକ: ଭିଜିଲାନ୍ସ ଜାଲରେ OAS ବାବୁ । କଟକ କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି ।  ଆୟ ବର୍ହିଭୂତ ସମ୍ପତ୍ତି ଯାଞ୍ଚ କରୁଛି ଟିମ୍ । କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡାର ୭ଟି ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ବର ସହିଦନଗରରେ ରହିଛି ୩ମହଲା ବିଲ୍ଡିଂ । ଏହାସହ ଏକ ନିର୍ମାଣଧୀନ ୩ ମହଲା କୋଠା ରହିଛି ।  ପୈତୃକ ଘର ପୁରୀ ଜିଲ୍ଲା ଗଡିଶାଗଡ଼ ଥାନା ଦୁଛିଆରେ ରେଡ୍ କରୁଛି ଟିମ୍ ।  ସେପଟେ ଭୁବନେଶ୍ବର ଲକ୍ଷ୍ମୀସାଗର ଓ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ଥିବା ସମ୍ପର୍କୀୟଙ୍କ ଘର, କଣ୍ଟାପଡାରେ ଥିବା ସରକାରୀ କ୍ବାର୍ଟର୍ସ ଓ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ଟିମ୍ । ଚଢ଼ାଉରେ ଭିଜିଲାନ୍ସର ଦୁଇ ଜଣ ଅତିରିକ୍ତ ଏସପି, ୮ ଜଣ ଡ଼ିଏସପି, ୧୧ ଜଣ ଇନିସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *