ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା, ରସିକିଆଙ୍କୁ ଚପଲରେ ମାଡ଼ ଦେଲେ ଲୋକେ
ଜଳେଶ୍ୱର : ରସିକିଆଙ୍କୁ ଚପଲରେ ମାଡ଼ । ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା । ରସିକିଆଙ୍କୁ କାବୁ କରି ଚପଲରେ ସେକିଲେ ଯୁବତୀ । ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଚକ ସରବଣୀ ଗ୍ରାମର ଘଟଣା । ଗାଁର ୪ ଜଣ ଯୁବତୀ ଗତକାଲି ସନ୍ଧ୍ୟାରେ କମ୍ପ୍ୟୁଟର ଶିକ୍ଷା ପାଇଁ ଚନ୍ଦନେଶ୍ବର ସ୍ଥିତ ଏକ କମ୍ପ୍ଯୁଟର ସେଣ୍ଟରକୁ ଯାଉଥିଲେ । ୨ ଯୁବକ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ କରିଥିଲେ । ଏନେଇ ଯୁବତୀମାନେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଲୋକେ ୨ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶେଷରେ ଉଭୟଙ୍କୁ ପୋଲିସର ଜିମା ଦିଆଯାଇଛି । ପୋଲିସ ଉଭୟଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।
