ମହାନତା ଦେଖଇଲେ ଅଟୋ ଚାଳକ, ଗ୍ରାହକଙ୍କୁ ଫେରାଇଦେଲେ ୨ ଲକ୍ଷ ଟଙ୍କାର ସୁନା
ଭୁବନେଶ୍ୱର: ମହାନତା ଦେଖଇଲେ ଅଟୋ ଚାଳକ। ଗ୍ରାହକ ଅଟୋରେ ଛାଡି ଯାଇଥିବା ସୁନା ଓ ଅନ୍ୟ ସାମଗ୍ରୀ ଫେରାଇଲେ ଚାଳକ । ଭୁବନେଶ୍ୱରରେ ଗ୍ରାହକ ଅଟୋରେ ଛାଡି ଯାଇଥିବା ପ୍ରାୟ ୨ ଲକ୍ଷ ଟଙ୍କାର ସୁନା ଓ ଅନ୍ୟ ସାମଗ୍ରୀକୁ ମୈତ୍ରୀ ବିହାର ଥାନାରେ ଜମା କଲେ। ବାହାଘର ପାଇଁ ବାଲେଶ୍ୱରରୁ ଆସିଥିବା ଏକ ପରିବାର ସୁନା କିଣିବା ପରେ ତରତରିଆ ଭାବେ ସମସ୍ତ ସୁନା ଓ ସାମଗ୍ରୀ ଅଟୋରେ ଛାଡି ଯାଇଥିଲେ। ପରେ ଅଟୋ ଚାଳକ ସେଗୁଡିକୁ ଥାନାରେ ଜମା କରିଥିବା ବେଳେ ପରିବାର ଲୋକମାନେ ସମସ୍ତ ଜିନିଷ ସୁରକ୍ଷିତ ଭାବେ ଫେରି ପାଇଛନ୍ତି । ସୁନା ଫେରି ପାଇ ପରିବାରରେ ଅଟୋ ଚାଳକଙ୍କୁ ପ୍ରଶଂସା କରିବା ସହ ଏହା ସମାଜ ପାଇଁ ଏକ ଉଦାହରଣ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ମୃତଦେହକୁ କାନ୍ଧେଇ ନେଇ ଯାଉଥିଲେ ପୋଲିସ । ମୃତ୍ୟୁ ସମୟରେ ପରିବାର ଲୋକେ ଚାରି କାନ୍ଧ ଦିଅନ୍ତି ଏକଥା ଆମେ ସମସ୍ତେ ଜାଣିଛେ କିନ୍ତୁ ଏଠି ପୋଲିସମାନେ ମିଶି ମୃତଦେହକୁ କାନ୍ଧେଇ ନେଇଯାଉଥିଲେ। ଆଉ ମହିଳାଙ୍କ ଶେଷକୃତ୍ୟ ମଧ୍ୟ କରିଥିଲେ । ହଁ ଆଜ୍ଞା, ପୋଲିସମାନେ ମୃତଦେହକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବଦାହ କରିଥିଲେ । ଏଭଳି ଏକ ଦୁଖଃଦ ସମୟରେ ମହାନତା ଦେଖାଇଥିଲା ବସ୍ତା ପୋଲିସ ।
