ମା’ର ଜୀବନ ନେଇଗଲା ନିଶାସକ୍ତ ପୁଅ

ଆଜିକାଲିର ମଣିଷ ମାନବିକତା ଭୁଲି ଧୀରେଧୀରେ ପଶୁ ପାଲଟିବାରେ ଲାଗିଛି । ମାଦକ ଦ୍ରବ୍ୟ ନିଶାରେ ନିଜ ଜନ୍ମକଲା ମା’କୁ ମଧ୍ୟ ଚିହ୍ନି ପାରୁନାହିଁ ପୁଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପାଟନା ଅଞ୍ଚଳରେ । ମା’କୁ ଜିଅନ୍ତା ଜାଳି ମାରି ଦେବାର ଅଭିଯୋଗ ସୈତାନ ପୁଅ ବିରୋଧରେ… । ମା’ ପୁଅର ସମ୍ପର୍କ ଲଜ୍ଜିତ କରିବା ପରି ଏକ ଘଟଣା ଘଟିଛି ବିହାର ପାଟନାର ଖାଜେକଲାଂ ଥାନା ଅଞ୍ଚଳରେ । ଦିବାନ ମହଲ୍ଲାରେ ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ନିଜ ୬୦ବର୍ଷର ଜନ୍ମ କଲା ମା’କୁ ଜିଅନ୍ତା ଜାଳି ଦେଇଥିବାର ଅଭିଯୋଗ ଆସିଛି । କୁହା ଯାଉଛି ଅଭିଯୁକ୍ତ ଚିଣ୍ଟୁ କୁମାର ପେସାରେ ଜଣେ ଅଟୋ ଚାଳକ ଥିଲେ । ସବୁବେଳେ ନିଶା ମଧ୍ୟ ସେବନ କରୁଥିଲେ । ହଠାତ୍ କାଲି ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ନିଜ ମାଆ ଦେହରେ ନିଆଁ ଲଗାଇ ଦେଇଥିଲା । ମହିଳାଙ୍କ ମୃତ୍ୟୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ବେଳେ ଅଭିଯୁକ୍ତ ଜଣକ ପୁଲିସ ସହ ମାରପିଟ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

ଥାନାରେ ପହଞ୍ଚିଲା ପରେ ମଧ୍ୟ ଅଭିଯୁକ୍ତଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ କିମ୍ବା ପଶ୍ଚାତାପ ଦେଖିବାକୁ ମିଳିନଥିଲା । ଅଭିଯୁକ୍ତ ଜଣକ ନିଜକୁ ପୁଲିସ ସମ୍ନାରେ ଭଗବାନ ବୋଲି ମଧ୍ୟ କହିଥିଲା । ସେ ଆହୁରି ମଧ୍ୟ କହିଥିଲା କି, ଏହା କଳିଯୁଗ ଆଉ ସେ ହିଁ ତା ମାଆକୁ ମାରିଛି । ପୁଲିସ ମୃତ ମହିଳା, ମଞ୍ଜୁ ଦେବୀଙ୍କ ଶବକୁ ପୋଷ୍ଟମର୍ଟମ କରିବା ପାଇଁ ସ୍ଥାନୀୟ ଏକ ହସ୍ପିଟାଲ୍‌କୁ ପଠାଇ ତଦନ୍ତ ଜାରି ରଖିଛି । ତେବେ ହତ୍ୟାର ବାସ୍ତବ କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ପୁଲିସ ଘଟଣା ସ୍ଥଳରେ ତନାଘନା କରିବା ସହ ସାହି ପଡିଶାଙ୍କୁ ପଚରା ଉଚୁରା ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ମଦ ନିଶାରେ ଯୁବକ ଜଣକ ଏଭଳି ନୃଶଂସ କାଣ୍ଡ ଘଟାଇଥିବା ପୁଲିସ ଅନୁମାନ କରୁଛି ।

Spread the love

Leave a Reply

Your email address will not be published. Required fields are marked *