ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି BJP ବିଧାୟକଙ୍କ ବୈଠକ, ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ନେଇ ହେବ ଆଲୋଚନା

ଭୁବନେଶ୍ୱର : ବିରୋଧୀଙ୍କ ଆକ୍ରମଣ ମଧ୍ୟରେ BJP ବୈଠକ  ।  ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି BJP ବିଧାୟକଙ୍କ ବୈଠକ ।  ଆଇନଶୃଙ୍ଖଳାରୁ MMDR ଯାଏଁ ହେବ ଆଲୋଚନା ।  ଆଜି ସନ୍ଧ୍ୟା ୪ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିବ ବିଜେପି ବିଧାୟକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସହ ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ହେବାର ସୂଚନା ରହିଛି।

ବିଶେଷ କରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ଜଳ ବିବାଦ ଏବଂ MMDR ସଂଶୋଧନ ଆଇନକୁ ନେଇ ବୈଠକରେ ଚର୍ଚ୍ଚା ହୋଇପାରେ ।  ଏହି ସବୁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରୁଥିବା ବେଳେ ବିଜେପି ବିଧାୟକମାନଙ୍କ ସହ ଦଳ ଓ ସରକାରର ଆଭିମୁଖ୍ୟ ନେଇ ମଧ୍ୟ ଆଲୋଚନା ହୋଇପାରେ।

ସାମ୍ପ୍ରତିକ ବିଧାନସଭା ଅଧିବେଶନରେ MMDR ସଂଶୋଧନ ଆଇନ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା ।  ଏପଟେ ଅକ୍ଟୋବର ୮ରେ INDIA ବ୍ଲକ୍ ଓଡ଼ିଶା ବନ୍ଦ ଡାକରା ଦେଇଛି ।  ଏଭଳି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହେବାକୁ ଥିବା ବିଜେପି ବିଧାୟକଙ୍କ ବୈଠକ ଉପରେ ନଜର ରହିଛି ।

Spread the love

Leave a Reply

Your email address will not be published. Required fields are marked *