ଯାଦୁଗରକୁ ଠକି ଦେଲା ଠକ, ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ
ଭୁବନେଶ୍ୱର : ଯାଦୁଗରକୁ ଠକି ଦେଲା ଠକ । ଷ୍ଟେଜ ଶୋ ପାଇଁ ଗାଡି ଯୋଗାଇବା ଆଳରେ ଠକାମି କରିଛି ଠକ । ବର୍ଥ ଡେ ପାର୍ଟି ଓ ମ୍ୟାରେଜ ପାର୍ଟି ପାଇଁ ଗାଡି ଯୋଗାଇବା ଆଳରେ ଠକାମି ହୋଇଥିବା ଜଣାପଡିଛି । ସେକେଣ୍ଡ ହ୍ୟାଣ୍ଡ ଗାଡି ଵ୍ୟବସାୟୀ କହି ଠକିନେଇଥିଲା ଠକ । ଗାଡି ଦେବ କହି ଠକିନେଲା ଅଢ଼େଇ ଲକ୍ଷ ଟଙ୍କା । ଧୃତ ଠକକୁ ଵାନ୍ଧିଲା କମିଶନରେଟ ପୋଲିସ। ଛତିଶଗଡ ରାୟପୁରରୁ ଠକ ବିନୟ କୁମାର ଗଉଡକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଯାଦୁଗର ଅରୁଣ ପାତ୍ରକୁ ସେକେଣ୍ଡ ହ୍ୟାଣ୍ଡ ଗାଡି ଯୋଗାଇବାକୁ କହି ଟଙ୍କା ନେଇଥିଲା ଠକ । ହେଲେ ଟଙ୍କା ନେବା ପରେ ଧରାଛୁଆଁ ନ ଦେଇ ଯାଦୁଗରକୁ ଭୁଆଁ ବୁଲାଉଥିଲା । ଶେଷରେ ଠକ ବିନୟ କୁମାର ଗଉଡକୁ କମିଶନରେଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
