ଯେଉଁ ହାତୀକୁ ନେଇ ଆସିଥିଲେ ଧନୁଯାତ୍ରା, ସେହି ହାତୀ ନେଇଗଲା ଜୀବନ!

କଣ୍ଟାବାଞ୍ଜି : ଧନୁଯାତ୍ରାରେ ଅଘଟଣ। ମାହୁନ୍ତଙ୍କୁ ଦଳିଦେଲା ଦନ୍ତା । ଯେଉଁ ହାତୀକୁ ନେଇ ଧନୁଯାତ୍ରାକୁ ଆସିଥିଲେ, ସେହି ହାତୀ ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଘଟିଛି ଅଘଟଣ । ମୃତକ ଆହ୍ଲାବାଦ ବନାରସ ଅଞ୍ଚଳର ମାହୁନ୍ତ କଳ୍ପନାଥ ଦୁବେ ।

କଣ୍ଟାବାଞ୍ଜି ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୪୦ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବରେ କଂସ ଓ ଅତିଥିଙ୍କୁ ନେବା ଆଣିବା ପାଇଁ ହାତୀ ଓ ମାହନ୍ତ ନିୟୋଜିତ ହୋଇଥିଲେ । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ବନ ବିଭାଗ ଉପସ୍ଥିତ ରହି ହାତୀ ଉପରେ ନଜର ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *