ରଥଯାତ୍ରା ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପୁରୀ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟୁଇଟ୍‌ କରି ରାଷ୍ଟ୍ରପତି କହିଛନ୍ତି “ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଦେଶବିଦେଶରେ ରହୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତଗଣଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଅଛି । ଏହି ମହାପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ରଥାରୂଢ଼ ହୋଇ ଭକ୍ତମାନଙ୍କ ସହିତ ମିଳିତ ହୁଅନ୍ତି । ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବ ବିଶ୍ଵରେ ବିରଳ । ଏହି ଶୁଭ ଅବସରରେ ଦେଶ ଓ ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି ।

ରାଷ୍ଟ୍ରପତି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଛନ୍ତି ଯେ, ଜଗନ୍ନାଥଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ । ଦେଶ ଓ ବିଶ୍ୱରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସଦ୍‌ଭାବନାର ପରିବେଶ ସୃଷ୍ଟି ହେଉ। ପ୍ରତ୍ୟେକ ପରିବାର ସୁଖୀ ରହୁ, ପ୍ରତ୍ୟେକ ଜୀବନ ଆଶା ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ ବୋଲି ସେ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *