ରାଜଧାନୀରେ ବୁଲିଲା ମାରଣାସ୍ତ୍ର, ଆକ୍ରମଣରେ ୫ରୁ ୬ଜଣ ଆହତ

ଭୁବନେଶ୍ବର: ରାଜଧାନୀରେ ବୁଲିଲା ମାରଣାସ୍ତ୍ର । ଆକ୍ରମଣରେ ୫ରୁ ୬ଜଣ ଆହତ । ଭୁବନେଶ୍ୱରର ଗୌତମ ନଗର ବସ୍ତିରେ କିଛି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ ୬ ରୁ ୭ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ବାନ୍ଧି ବସ୍ତିରେ ପସି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଯାହାକୁ ପାରିଥିଲେ ଖଣ୍ଡାରେ ହାଣିଥିଲେ । ଆଟାକରେ ପ୍ରାୟ ୫ ରୁ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଗତ କିଛି ଦିନ ପୂର୍ବରୁ ମଧ୍ୟ ଏହି ବସ୍ତିରେ ବୋମା ମାଡ଼ ଘଟଣା ଘଟିଥିବା ବେଳେ ପୁଣିଥରେ ମାରଣାସ୍ତ୍ର ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ପରିସ୍ଥିତି ସୃଷ୍ଟି କରିଛି । ଘଟଣା ପରେ ବସ୍ତିବାସୀନ୍ଦାମାନେ ଆତଙ୍କିତ ହୋଇ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଚଳାଇଛି । କିଏ ଓ କାହିଁକି ଏପରି ଘଟଣା ଘଟାଇଲା ସେନେଇ ଖୋଳତାଡ ଚାଲିଛି ।

ଗତକାଲି କଟକ ଜଗତପୁର ଅଞ୍ଚଳରେ ଯୁବକଙ୍କୁ ଛୁରାମାଡ । ଛୁରାମାଡ଼ରେ ଯୁବକ ଜଣକ ଗୁରୁତର ଆହତ । ଆହତଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଏବଂ ପରେ SCB ସ୍ଥାନାନ୍ତର କରାଯାଇଛି । ଆହତ ଯୁବକ ହେଲେ ସଞ୍ଜୀବ ଶୁକ୍ଳା । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *