ରୁଷ-ୟୁକ୍ରେନ ଯୁଦ୍ଧରେ ଅସ୍ଥାୟୀ ବିରତି, ସତର୍କ ରହିବାକୁ ନିର୍ଦ୍ଦେଶ

ଦୁଇ ଦିନ ପାଇଁ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି । ଅର୍ଥୋଡକ୍ସ ଇଷ୍ଟର ଅବସରରେ ଘୋଷଣା କଲେ ପୁଟିନ । ରୁଷିଆ ଅର୍ଥୋଡକ୍ସ ଇଷ୍ଟର ଅବସରରେ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ତାର ସୈନିକଙ୍କୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଯେକୌଣସି ସମ୍ଭାବ୍ୟ ଉତ୍ତେଜନା ପ୍ରତି ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଗୁରୁବାର ଦିନ ଅର୍ଥୋଡକ୍ସ ଇଷ୍ଟର ପାଳନ ପାଇଁ ଦୁଇ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି ଏବଂ ଆଶା ପ୍ରକାଶ କରିଛନ୍ତି ଯେ ୟୁକ୍ରେନ ମଧ୍ୟ ଏହାକୁ ପାଳନ କରିବ ।ଏହି ବର୍ଷ ଏପ୍ରିଲ ୧୨ତାରିଖରେ ଅର୍ଥୋଡକ୍ସ ଇଷ୍ଟର ପାଳନ କରାଯିବ । ଶତ୍ରୁଙ୍କ ଦ୍ୱାରା ଯେକୌଣସି ସମ୍ଭାବ୍ୟ ଉତ୍ତେଜନା କିମ୍ବା ଆକ୍ରମଣାତ୍ମକ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ସାମରିକ ବାହିନୀ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କ୍ରେମଲିନ୍ କହିଛି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି ଏକ ସପ୍ତାହରୁ ଅଧିକ ସମୟ ଧରି ଇଷ୍ଟରରେ ଅସ୍ତ୍ରବିରତି ପ୍ରସ୍ତାବ ଦେଇ ଆସୁଛନ୍ତି ।

Spread the love