ରୋଗୀ ଆଡମିଟ୍ ହେବାର ୩ ଦିନ ପୂର୍ବର ଟେଷ୍ଟ, ଯେଉଁ ହସ୍ପିଟାଲ ଆୟୁଷ୍ମାନ କାର୍ଡ ନିୟମ ନମାନିବେ କାର୍ଯ୍ୟାନୁଷ୍ଠାନ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ବଡ଼ ଆଶ୍ବସ୍ତି। ଏଣିକି ଡାକ୍ତରଖାନାରେ ଆଡମିଟ ହେବା ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ମେଡିକାଲ ଟେଷ୍ଟ। ଆଡମିସନର ୩ ଦିନ ପୂର୍ବରୁ ହୋଇଥିବା ମେଡିକାଲ ଟେଷ୍ଟ ମଧ୍ୟ ଆୟୁଷ୍ମାନ ଯୋଜନାରେ ଭରଣା ହେବ। ଯେଉଁ ହସ୍ପିଟାଲ ଏହା ପାଳନ ନକରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
ଆୟୁଷ୍ମାନ ସେବାକୁ ନେଇ ଏହି ଘୋଷଣା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ଏହି ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିୟମର ପାଳନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। କମିଟି ମେମ୍ବର ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ରହିଛି।
