ହକିରେ କମାଲ୍ କଲା ଭାରତ, ସାଉଥ କୋରିଆକୁ ୮-୨ରେ ହରାଇଲା

ଭାରତ ଏସିଆନ୍ ଗେମ୍ସ ଗ୍ରୁପ ପର୍ଯ୍ୟାୟ ୩ୟ ମ୍ୟାଚରେ କମାଲ କରିଛି ଭାରତୀୟ ହକି ଟିମ୍ । ୪ ଥର ଚାମ୍ପିଅନ ଦକ୍ଷିଣ କୋରିଆକୁ ୮-୨ରେ ହରାଇଛି ଟିମ୍ ଇଣ୍ଡିଆ । ଭାରତ ତରଫରୁ ଅଭିଷେକ ଏବଂ ଦିଲପ୍ରୀତ ୨-୨ ଗୋଲ୍ କରିଥିଲେ । ହକି ଇଣ୍ଡିଆ ଏହାକୁ ଏସିଆନ୍ ଗେମ୍ସ ଇତିହାସରେ ଦକ୍ଷିଣ କୋରିଆ ବିପକ୍ଷରେ ଭାରତର ସର୍ବଶ୍ରେଷ୍ଠ ବିଜୟ ବୋଲି ଦର୍ଶାଇଛି ।

ମ୍ୟାଚ୍ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ହକି ଖେଳିଥିଲା । ୪ ମିନିଟରେ ଶିଲାନନ୍ଦ ଲାକ୍ରା ଗୋଲ୍ କରି ଭାରତକୁ ଆଗୁଆ କରିଥିଲେ । ଏହାପରେ ସୁଖଜିତ ସିଂହ, ଅଧିନାୟକ ହରମନପ୍ରୀତ ସିଂହ ଏବଂ ଅଭିଷେକ ଗୋଲ୍ କରି ପ୍ରଥମ କ୍ୱାର୍ଟର ଶେଷରେ ଭାରତକୁ ୪-୦ ଆଗରେ ରଖିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଦିଲପ୍ରୀତ ସିଂହ ଗୋଲ୍ କରି ଭାରତକୁ ଆଗୁଆ ୫-୦ କରିଥିଲେ । ତୃତୀୟ କ୍ୱାର୍ଟରରେ ଦିଲପ୍ରୀତ ଆଉ ଏକ ଗୋଲ୍ କରିଥିବା ବେଳେ ଅଭିଷେକ ମଧ୍ୟ ନିଜର ଦ୍ୱିତୀୟ ଗୋଲ୍ କରିଥିଲେ । ଫଳରେ ଭାରତ ୭-୦ ରେ ଆଗୁଆ ରହିଥିଲା ।

ତେବେ ମ୍ୟାଚ୍ ଶେଷ ହେବାକୁ ମାତ୍ର ୩୮ ସେକେଣ୍ଡ ବାକି ଥିବା ବେଳେ ରାଜିନ୍ଦର ସିଂହ ଭାରତ ପାଇଁ ଅଷ୍ଟମ ଗୋଲ୍ କରି ୮-୨ରେ ବିଜୟ ସୁନିଶ୍ଚିତ କରିଥିଲେ । ଏହି ବିଜୟ ସହ ଭାରତ ପୁଲ୍ ‘A’ରେ ନିଜର ନିଜର ଦବଦବା ବଜାୟ ରଖିଛି । ଭାରତ ପୂର୍ବରୁ ଇଣ୍ଡୋନେସିଆକୁ ୧୩-୧ ଏବଂ ଶ୍ରୀଲଙ୍କାକୁ ୧୬-୧ରେ ପରାସ୍ତ କରିଥିଲା । ଭାରତର ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୬ରେ ଆୟୋଜକ ଜାପାନ ବିପକ୍ଷରେ ହେବ ।

Spread the love

Leave a Reply

Your email address will not be published. Required fields are marked *