୫ ଅଗ୍ନିଶମ ବାହିନୀ ବିଦ୍ୟୁତ ଆଘାତର ଶିକାର, ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବାଲେଶ୍ଵର : Electrocution ବଡ଼ ଅଘଟଣରୁ ବର୍ତ୍ତିଲେ ଅଗ୍ନିଶମ ବାହିନୀ । ବାଲେଶ୍ଵର ସହର ତଳି ଅଞ୍ଚଳ ରେ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରି ୫ ଅଗ୍ନିଶମ ବାହିନୀ ବିଦ୍ୟୁତ ଆଘାତର ଶିକାର । ତଳିଆ ଅଞ୍ଚଳରେ ବନ୍ୟା ଘେରରେ ଫସି ରହିଯାଇଥିବା ୪ ଜଣ ବ୍ୟକ୍ତି ଙ୍କୁ ଖବର ପାଇ ଉଦ୍ଧାର କରିବାକୁ ଯାଇଥିଲା ଅଗ୍ନିଶମ ବାହିନୀ । ବନ୍ୟା ଅଞ୍ଚଳରୁ ୪ ଜଣଙ୍କୁ ଉଦ୍ଧାର ବେଳେ ଘଟିଲା ଅଘଟଣ। ବିଦ୍ୟୁତ୍ ଆଘାତରେ ୫ ଅଗ୍ନିଶମ ବାହିନୀ ଗୁରୁତର ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ବର ସହର ଦର୍ଜୀ ପୋଖରୀ ନିକଟରେ ରେସ୍କ୍ୟୁ ବେଳେ ପାୱାର ବୋଟ ନେଇ ଆସୁଥିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଥିଲେ ଅଗ୍ନିଶମ କର୍ମଚାରୀ ଓ ସିଭିଲ ଡିଫେନ୍ସ । ସମସ୍ତ ଆହତ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Spread the love