୬ ମାସ ମଧ୍ୟରେ ସଂଶୋଧିତ ଇଂରାଜୀ ବନାନର ତ୍ଵରିତ କାର୍ଯ୍ୟକାରୀ ପାଇଁ ରାଜସ୍ୱ ବିଭାଗର ନିର୍ଦ୍ଦେଶ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ

ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂ ସହରାଞ୍ଚଳମାନଙ୍କର ନାମର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶଯୋଗ୍ୟ, ରାଜ୍ୟ ସରକାର ୨୨ ଜୁନ୍ ୨୦୨୬ ତାରିଖରେ ଓଡ଼ିଆ ଉଚ୍ଚାରଣ ସହ ସାମଞ୍ଜସ୍ୟ ରଖି ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ଇଂରାଜୀ ବନାନ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ l  ଏଥିସହିତ ଏ ସମ୍ପର୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବଳିତ କାର୍ଯ୍ୟନୁଷ୍ଠାନ ରିପୋର୍ଟ୍ ଉପରୋକ୍ତ ଚିଠି ପାଇବାର ପନ୍ଦର ଦିନ ମଧ୍ୟରେ ବିଭାଗକୁ ପ୍ରେରଣ କରିବାକୁ କୁହାଯାଇଛି l

ସେହିପରି ସମ୍ପୃକ୍ତ ପ୍ରଶାସନିକ ଏକକ ଗୁଡିକରେ ବ୍ୟବସାୟିକ ଓ ବେସରକାରୀ ସଂସ୍ଥାମାନଙ୍କୁ ସଂଶୋଧିତ ଇଂରାଜୀ ବନାନ୍ ଅନୁଯାୟୀ ନିଜର ନାମଫଳକ ପରିବର୍ତ୍ତନ କରିବାକୁ ଛଅ ମାସର ସମୟ ପ୍ରଦାନ କରାଯାଇଛି l  ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ସଂଶୋଧିତ ଇଂରାଜୀ ବନାନର ସମ୍ପୂର୍ଣ୍ଣ ବ୍ୟବହାର ଦ୍ୱାରା ରାଜ୍ୟର ଭାଷାଗତ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ସହିତ ସମସ୍ତ ସରକାରୀ ଅଭିଲେଖ ଓ ପ୍ରଶାସନିକ କାର୍ଯ୍ୟରେ ସମାନତା ଓ ସଠିକତା ବଜାୟ ରହିବ।

Spread the love

Leave a Reply

Your email address will not be published. Required fields are marked *