୮୦ ଗ୍ରାମ ଓଜନର ୭ ସୁନା ଚେନ୍ ଉଦ୍ଧାର, ଚେନ୍ ସ୍ନାଚିଂ ଗ୍ୟାଙ୍ଗର ୫ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁରରେ ଚେନ୍ ସ୍ନାଚିଂ ଗ୍ୟାଙ୍ଗର ୫ ଗିରଫ, ୮୦ ଗ୍ରାମ ଓଜନର ୭ ସୁନା ଚେନ୍ ଉଦ୍ଧାର । ଆଇନଗତ ପ୍ରକ୍ରିୟା ପରେ ପ୍ରକୃତ ମାଲିକମାନଙ୍କୁ ଉଦ୍ଧାର ହୋଇଥିବା ସୁନା ଅଳଙ୍କାର ଫେରାଇଛି ପୋଲିସ । ୨୦୨୪ ରୁ ୨୦୨୬ ମଧ୍ୟରେ ନିମଖଣ୍ଡି ଓ ଗୋପାଳପୁର ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚେନ୍ ସ୍ନାଚିଂ ଓ ଲୁଟ୍ ଘଟଣାର ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ସୁନୀଲ ନାହାକ ଓରଫ ମାଳା ଏବଂ ବାବୁ ମାଝୀଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ଠାରୁ ୨ଟି ମୋଟରସାଇକେଲ, ୩ଟି ମୋବାଇଲ ଫୋନ୍, ୨ଟି ହେଲମେଟ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ଏହି ଗ୍ୟାଙ୍ଗ ନିମଖଣ୍ଡି ଓ ଗୋପାଳପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଅପରାଧ କରୁଥିବା ତଦନ୍ତରୁ ଜଣାପଡ଼ିଛି । ଲୁଟ୍ ସୁନା ଅଳଙ୍କାର ପୁଣି ଥରେ ଫେରି ପାଇଥିବାରୁ ବ୍ରହ୍ମପୁର ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଲୁଟର ଶିକାର ହୋଇଥିବା ମହିଳା ।
