ଅକଭାନ୍ ଭୟରେ ପୁରୀରେ କଟକଣା, ବେଳାଭୂମିକୁ ପର୍ଯ୍ୟଟକଙ୍କୁ ମନା

ପୁରୀ: ବାତ୍ୟା ‘ଅକଭାନ୍’ ପ୍ରଭାବରେ ଅଶାନ୍ତ ହେଉଛି ସମୁଦ୍ର । ବେଳାଭୂମିକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଅକଭାନ୍ ମୁକାବିଲା ପାଇଁ ପୁରା ସଜାଗ ରହିଛି ପୁରୀ ଜିଲ୍ଲା ପ୍ରଶାସନ । ଆଜିଠୁ ୨୧ ତାରିଖ ଯାଏ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିପଦ ସଙ୍କୁଳ ଅଞ୍ଚଳ,ଖାଲୁଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସମସ୍ତ ଆଶ୍ରୟସ୍ଥଳୀରେ ଆଲୋକ, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସ୍ୱେଚ୍ଛାସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କୁ କାର୍ଯ୍ୟରେ ସାମିଲ କରାଯାଇଛି । ବାତ୍ୟା ଓ ଅତ୍ୟଧିକ ବର୍ଷା ଆଶଙ୍କା ଯୋଗୁଁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠୁ ୨୧ ତାରିଖ ଯାଏ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ବ୍ଯବସ୍ଥା ବନ୍ଦ ରହିଛି । ସୁରକ୍ଷା ଦୃଷ୍ଟିରୁ ଆଜି ଓ ଆସନ୍ତାକାଲି ଚିଲିକାରେ ସମସ୍ତ ନୌକା ଓ ଫେରି ସେବା ସ୍ଥଗିତ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *