ଅଯୋଧ୍ୟାରୁ ଆଗ୍ରା ଯାତ୍ରା ପାଲଟିଲା ଶେଷ ଯାତ୍ରା, ଦୁର୍ଘଟଣାରେ ୨ ମୃତ ଓ ୧୩ ଆହତ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯେଉଁ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୩ ଜଣ ଆହତ ହୋଇଛନ୍ତି । ଏକ ମିନି ଟ୍ରାଭେଲ୍ ବସ୍ ଟ୍ରକ୍ ସହିତ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ସୂଚନାନୁଯାୟୀ, ସୁରଟର ଦିଦୌଲି ଥାନା ଅନ୍ତର୍ଗତ ୨୮୭ ଲକ୍ଷ୍ମୀ ନାରାୟଣ ସୋସାଇଟିର ବାସିନ୍ଦା ସୁରେଶଙ୍କ ପୁଅ ଡ୍ରାଇଭର ଧୀରଜ ପାଟିଲ ଏକ ମିନି ଟ୍ରାଭେଲର୍ ବସ୍ ରେ ୧୩ ଜଣ ଯାତ୍ରୀଙ୍କୁ ନେଇ ଅଯୋଧ୍ୟାରୁ ଆଗ୍ରା ଅଭିମୁଖେ ଯାତ୍ରା କରୁଥିଲେ । ଆଜି ଭୋର ପ୍ରାୟ ୪ଟାରେ ଫତେହାବାଦ ପୋଲିସ ଷ୍ଟେସନ୍ ଅଞ୍ଚଳରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ୩୭.୧୦୦ କିଲୋମିଟର ନିକଟରେ ବସ୍ ଟି ପଛରୁ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଗାଡି କ୍ଷତିଗ୍ରସ୍ତ ହେବା ସହିତ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୩ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ଯୋଗୁଁ ବସ୍ରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଦୁର୍ଘଟଣାରେ କିଶନଙ୍କ ପୁଅ ପ୍ରଦୀପ, ସିନ୍ଦେଙ୍କ ପୁଅ ମନୋହର, ଭେନଙ୍କ ପୁଅ ଜନକ, ପ୍ରଦୀପ ସିଂଙ୍କ ସ୍ତ୍ରୀ ଉମା ଭେନ୍, ସୁରେନ୍ଦ୍ର ସିଂହଙ୍କ ସ୍ତ୍ରୀ ପଦ୍ମା ଭେନ୍, ପାଲିଆଙ୍କ ସ୍ତ୍ରୀ ଉର୍ବଶୀ ଭେନ୍, କିଟ୍ଟୁ କୁମାରୀ, କିରତ ସିଂହ, ବୀରେନ୍ଦ୍ର ସିଂହଙ୍କ ପୁଅ ପୃଥ୍ବୀ, ବୀରେନ୍ଦ୍ର ସିଂହଙ୍କ ଝିଅ କୃତା, ମନୋହର ସିଂହଙ୍କ ସ୍ତ୍ରୀ ବର୍ଷା ଭେନ୍, ଇନ୍ଦ୍ର ସିଂହଙ୍କ ସ୍ତ୍ରୀ ରେଣୁକା ଭେନ୍ ଏବଂ କରନୱାଙ୍କ ସ୍ତ୍ରୀ ହିନା ଭେନ୍ ଆହତ ହୋଇଛନ୍ତି ।
ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, UPDA ଦଳ ଏବଂ ଫତେହାବାଦ ଚାର୍ଜ ଇନ୍ସପେକ୍ଟର ବିନୋଦ କୁମାର ମିଶ୍ର ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦଳ ବସ୍ରେ ଫସି ରହିଥିବା ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଗ୍ରାର SN ମେଡିକାଲ୍ କଲେଜକୁ ପଠାଇଥିଲେ ।
