ଆଉ ଖୋଜନି, ଉଦ୍ଧାର କାର୍ଯ୍ୟ ବନ୍ଦ କର: ଗିଡ଼ିିପାବାଲି ଭୟଙ୍କର ଭୂସ୍ଖଳନ ଘଟଣାରେ ସରକାରଙ୍କୁ ଚିଠି ଲେଖିଲେ ମୃତକଙ୍କ ପରିବାର

ଜି.ଉଦୟଗିରି: ଗିଡ଼ିିପାବାଲି ଭୟଙ୍କର ଭୂସ୍ଖଳନ ଘଟଣାରେ ସରକାରଙ୍କୁ ଚିଠି ଲେଖିଲେ ପରିବାର ଲୋକ । ‘ଆଉ ଖୋଜନି, ଉଦ୍ଧାର କାର୍ଯ୍ୟ ବନ୍ଦ କର’ । ସରକାରଙ୍କୁ ଚିଠି ଲେଖିଲେ ମୃତକଙ୍କ ପରିବାର ।ମାଟି ତଳୁ ମିଳୁନି ନିଖୋଜଙ୍କ ପତ୍ତା, ଉଦ୍ଧାର କାର୍ଯ୍ୟ ବନ୍ଦ କରିବାକୁ ପରିବାରର ନିବେଦନ । ଆଶା ଛାଡ଼ିଲେ ପରିବାର ଲୋକେ; ଗିଡିପାବାଲି ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାର୍ଯ୍ୟ ବନ୍ଦ ପାଇଁ ସରକାରଙ୍କୁ ଚିଠି । ଉଦ୍ଧାର କାର୍ଯ୍ୟ ବନ୍ଦ କରିବାକୁ ଚିଠି ।

ଉଦ୍ଧାର କାର୍ଯ୍ୟ ବନ୍ଦ କରିବାକୁ ମୃତକଙ୍କ ପରିବାର ପକ୍ଷରୁ ସରକାରଙ୍କୁ ଚିଠି । ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରିବାକୁ ମୃତକଙ୍କପରିବାର ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଅର୍ଣ୍ଣବ ବାତ୍ୟାରେ ଗିଡ଼ିପାବାଲିରେ ଭୟଙ୍କର ଭୂସ୍ଖଳନ ହୋଇଥିଲା ।

ଭଞ୍ଜନଗର ବ୍ଳକ ବାଇବାଲୀ ପଞ୍ଚାୟତ ଅନ୍ତର୍ଗତ ଗିଡିପାବାଲି ଗାଁର ୧୩ ଜଣ ନିଖୋଜ ହୋଇଥିଲେ । ସପ୍ତାହରୁ ଅଧିକ ଦିନ ଧରି ଉଦ୍ଧାରକାରୀ ଟିମ ସନ୍ଧାନ କାର୍ଯ୍ୟରେ ଲାଗିଥିଲେ। ଏନଡିଆରଏଫ ରେଲଓ୍ବେ,ଓଡ୍ରାଫ,ଫାୟାର,ଏସଓଜି,ଡଗ ସ୍କ୍ବାଡ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ୭ ଟି ମୃତଦେହକୁ ମାଟିତଳୁ ଉଦ୍ଧାର କରିଥିବା ବେଳେ ଆଉ ୬ ଟି ମୃତଦେହର ସନ୍ଧାନ ଏଯାଏ ମିଳିନାହିଁ ।

ଗତକାଲି ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ମୃତକଙ୍କ ପରିବାର ସଦସ୍ୟ ମଧ୍ୟ ସହାୟତା କରିଥିଲେ।ନିଖୋଜଙ୍କ ପତ୍ତା ନ ମିଳିବାରୁ ପରିବାର ଲୋକ ଆଉ ମିଳିବନାହିଁ ବୋଲି ଅନୁଭବ କରି ଉଦ୍ଧାରକାର୍ଯ୍ୟ ବନ୍ଦ କରିବାକୁ କହିଛନ୍ତି । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଜି.ଉଦୟଗିରି ତହସିଲଦାରଙ୍କୁ ଏକ ଦରଖାସ୍ତ ପ୍ରଦାନ କରିଛନ୍ତି । ନିୟମାନୁଯାୟୀ ମୃତକଙ୍କ ଆତ୍ମୀୟସ୍ବଜନଙ୍କୁ ସହାୟତା ପ୍ରଦାନ କରିବାକୁ ଦରଖାସ୍ତ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *