ଏକାନ୍ତବାସରେ ଚମ୍ପତ ରାୟ, କଳଙ୍କ ନେଇ ଅଯୋଧ୍ୟା ଛାଡିବି ନାହିଁ

ଉତ୍ତରପ୍ରଦେଶ : ରାମ ମନ୍ଦିର ଦାନବାକ୍ସ ଚୋରି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କୁ ବିରୋଧୀ ଆକ୍ରମଣର ଶିକାର ହୋଇଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଚମ୍ପତଙ୍କୁ ସାର୍ବଜନିକ ଭାବରେ ଖୁବ୍ କମ୍ ଦେଖିବାକୁ ମିଳିଛି । ସେ ବର୍ତ୍ତମାନ ଏକାନ୍ତରେ ଅଛନ୍ତି ଏବଂ SITର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ବୋଲି କୌଣସି ଏକ ରିପୋର୍ଟରୁ ସୂଚନା ମିଳିଛି । ସାମ୍ନାକୁ ରିପୋର୍ଟ ଆସିବା ପରେ ହିଁ ସେ ତାଙ୍କର ପ୍ରତିକ୍ରିୟା ରଖିବେ ବୋଲି ବିଶ୍ବାସ କରାଯାଉଛି ।

ସୂଚନାନୁଯାୟୀ, ଏହି ମାମଲାରେ ଚମ୍ପତ ରାୟ ତାଙ୍କ ନିକଟତମ ସହଯୋଗୀଙ୍କୁ କହିଛନ୍ତି ଯେ, ’’ମୁଁ କଳଙ୍କ ବହନ କରି ଅଯୋଧ୍ୟା ଛାଡିବି ନାହିଁ । ଅଯୋଧ୍ୟାରେ ମୋର ସେବା ସମ୍ପୂର୍ଣ୍ଣ ହୋଇଛି ଓ ମନ୍ଦିର ନିର୍ମାଣ ହୋଇଛି । କିନ୍ତୁ ମୁଁ ମୋ ଉପରେ କୌଣସି ଦାଗ ରଖି ଯାଇ ପାରିବି ନାହିଁ । ’’ ତାଙ୍କର ଏହି ପ୍ରତିକ୍ରିୟା ବିବାଦ ଉପରେ ସବୁଠାରୁ ଭାବପ୍ରବଣତା ମନ୍ତବ୍ୟ ବୋଲି ବିବେଚନା କରାଯାଇଛି । ଏହି କଥାବାର୍ତ୍ତା ସମୟରେ ଚମ୍ପତ ରାୟ ମଧ୍ୟ ଏହି ମାମଲାରେ ସାମିଲ ଥିବା ଅଭିଯୁକ୍ତ ଟିନୁ ଯାଦବଙ୍କ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଯେ, ‘‘ମତେ ଟିନୁ ଯାଦବ ଧୋକା ଦେଇଛନ୍ତି । ତାଙ୍କ ଉପରେ ଆଦୌ ଭରସା ନାହିଁ । ’’୮୦ ବର୍ଷୀୟ ଚମ୍ପତ ରାୟ ତୀର୍ଥ କ୍ଷେତ୍ର ପୁରମରେ ରୁହନ୍ତି ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।

ତାଙ୍କ ରୁମର ଶେଯ ପାଖରେ ଭଗବାନ ରାମଙ୍କ ଏକ ଛୋଟ ପ୍ରତିମା ରଖାଯାଇଛି । ଅଭିଯୋଗ ପରେ ଯେତେବେଳେ କିଛି ନିକଟ ସମ୍ପର୍କୀୟ ତାଙ୍କ ସ୍ୱାସ୍ଥ୍ୟ ଏବଂ ମାନସିକ ଅବସ୍ଥା ବିଷୟରେ ଚିନ୍ତା ପ୍ରକାଶ କରି ଭେଟିବାକୁ ଆସିଥିଲେ, ସେତେବେଳେ ସେ ଭଗବାନ ରାମଙ୍କ ପ୍ରତିମା ଆଡ଼କୁ ଇଙ୍ଗିତ କରି କହିଥିଲେଯେ,  “ମୁଁ କ’ଣ ଚିନ୍ତା କରିବା ଉଚିତ୍? ଯଦି ଏହି ଅଭିଯୋଗଗୁଡ଼ିକ କରାଯାଇଛି, ତେବେ ତାଙ୍କ କୃପା ଦ୍ୱାରା ହିଁ ସେଗୁଡ଼ିକୁ ହଟାଯିବ।” ବର୍ତ୍ତମାନ ଚମ୍ପତ ରାୟ ସାର୍ବଜନୀନ ଭାବେ କୌଣସି ମତାମତ ଦେବାରୁ ବିରତ ରହିଛନ୍ତି ଏବଂ ତାଙ୍କ ନଜର SITର ଶେଷ ରିପୋର୍ଟ ଉପରେ ନଜର ରହିଛି । ତଦନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ, ସେ ସମଗ୍ର ମାମଲାର ନିଜର ପକ୍ଷ ବିସ୍ତୃତ ଭାବରେ ଉପସ୍ଥାପନ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏଥିସହିତ ରାମ ମନ୍ଦିର ଦାନ ଚୋରି ମାମଲାର ତଦନ୍ତ ଏବେ ଟ୍ରଷ୍ଟର ଉଚ୍ଚ ଅଧିକାରୀଙ୍କ ପାଖରେ ପହଞ୍ଚିବା ପରି ଜଣାପଡୁଛି ।  ତଦନ୍ତ ଏଜେନ୍ସିଗୁଡ଼ିକ ଖୁବ୍ ଶୀଘ୍ର ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରିଙ୍କୁ ପଚରାଉଚରା କରିବେ। ତଦନ୍ତର କେନ୍ଦ୍ରବିନ୍ଦୁ ଦାନ ପରିଚାଳନା, ଆର୍ଥିକ ତଦାରଖ ଏବଂ ଟ୍ରଷ୍ଟର ଉତ୍ତରଦାୟିତ୍ୱ ଉପରେ ରହିବ ବୋଲି ସୂଚନା ମିଳୁଛି ।

ଏହାରି ମଧ୍ୟରେ ଦାନର ଗଣନା, ଜମା ଏବଂ ପରିଚାଳନା ସମ୍ପର୍କରେ ଟ୍ରଷ୍ଟ ଏବଂ ବ୍ୟାଙ୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ର (MoU)ର ମଧ୍ୟ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ମଧ୍ୟ ଏହି ବୁଝାମଣାପତ୍ରରେ ଦସ୍ତଖତ କରିଥିବା ଜଣାପଡ଼ିଛି । ଚୁକ୍ତିନାମାରେ ଉଲ୍ଲେଖ କରାଯାଇଥିବା ସମସ୍ତ ବ୍ୟବସ୍ଥା ଏବଂ ଦାୟିତ୍ୱ ପାଳନ କରାଯାଇଛି କି ନାହିଁ ଏବଂ ବାସ୍ତବରେ ଆର୍ଥିକ ନିୟନ୍ତ୍ରଣ ବ୍ୟବସ୍ଥା କେତେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ତାହା ମଧ୍ୟ ଦଳ ଯାଞ୍ଚ କରିବ।

ଅନ୍ୟପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ୧୧ ଜୁଲାଇ ପରିବର୍ତ୍ତେ ୬ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି । ମଣି ରାମ ଦାସଙ୍କ ଶିବିରରେ ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟ ସଦସ୍ୟ ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ, ଦାନ ଚୋରି ଘଟଣା ପରେ, ମନ୍ଦିରର ସୁରକ୍ଷା ବ୍ୟବସ୍ଥା, ଆର୍ଥିକ ସଂସ୍କାର ଏବଂ ଭବିଷ୍ୟତ କାର୍ଯ୍ୟ ଯୋଜନା ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *