କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ଏକ ଭଡ଼ା ଘରୁ ବିପୁଳ ପରିମାଣର ବାଣ ଜବତ
କଟକ: ଦୀପାବଳି ପୂର୍ବରୁ ଧରପଗଡ଼ । ୩୨ ପ୍ରକାର ବାଣ ଜବତ । କଟକ ସି ଡି ଏ ସେକ୍ଟର ୯ ଅଞ୍ଚଳର ଏକ ଭଡ଼ା ଘରୁ ବିପୁଳ ପରିମାଣର ବାଣ ଜବତ କଲା କମିଶନରେଟ ପୋଲିସ୍ । ଜବତ ବାଣର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଏ ବାବଦରେ ଘର ମାଲିକ ଅଜ୍ଞ ଥିବା ବେଳେ ଅଭିଯୁକ୍ତ ଫେରାର । ବେଆଇନ ବାଣ ବିକ୍ରି ଉପରେ ନଜର ଥିବା କମିଶନରେଟ ପୋଲିସର ସୂଚନା । ସେପଟେ ଅନଲାଇନରେ କିଛି ବ୍ୟବସାୟୀ ବାଣ ବିକ୍ରି କରୁଥିବା ଅଭିଯୋଗ ଆସିଛି ।
