କୋଟିଆ ଜଗିବେ ନେତା ଓ ଅଧିକାରୀ, ସବୁ ଦଳର ନେତା ଏକାଠି ହୋଇ ଜଗିବେ କୋଟିଆ
ଭୁବନେଶ୍ୱର : କୋଟିଆ ଜଗିବେ ନେତା ଓ ଅଧିକାରୀ । ନିର୍ବାଚନ ଦିନ ସବୁ ଦଳର ନେତା ଏକାଠି ହୋଇ ଜଗିବେ କୋଟିଆ । ଚେକ୍ ପୋଷ୍ଟ କରି ସୀମା ଜଗିଛି ଓଡିଶା ପୋଲିସ । କୋଟିଆରେ ସ୍ଥାନୀୟ ଲୋକ,ରାଜନୈତିକ ଦଳ, ସାମାଜିକ ସଂଗଠନ ନିର୍ବାଚନ ଦିନ କୋଟିଆରେ ରହିକି ଆନ୍ଧ୍ରର ନିର୍ବାଚନକୁ ପଣ୍ଡ କରିବେ । ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଅଛନ୍ତି ।
ଆନ୍ଧ୍ର ପ୍ରଦେଶରୁ ଯେଉଁ ଚାଉଳ ଗାଡି ଆସିଥିଲା ତାକୁ ଲୋକେ ଫେରାଇଦେଲେ । ଆନ୍ଧ୍ର ପ୍ରଶାସନ ଅଧିକାରୀଙ୍କୁ ଫେରାଇ ଦିଆଯାଇଛି । ଆନ୍ଧ୍ର ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ହୋଇଛି । କୋଟିଆ ଜଗିବେ ବିଜେଡି ନେତା ଓ କର୍ମୀ । ଏ ନେଇ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ପ୍ରତିକ୍ରିୟା ରଖିଛନ୍ତି ।
ଆସନ୍ତା ୪ ଓ ୫ ତାରିଖରେ କୋଟିଆ ଜଗିବେ ବିଜେଡି ନେତା ଓ କର୍ମୀ । ନେତା,କର୍ମୀ ଓ ଜନସାଧାରଣଙ୍କୁ ନେଇ ଆନ୍ଦୋଳନରେ ବସିବୁ ବୋଲି କହିଛନ୍ତି । ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ୟାରିକେଡ ଲଗାଯିବ । ଆନ୍ଧ୍ର ପୋଲିସ, ନେତା ଓ ଅଧିକାରୀଙ୍କୁ ପ୍ରବେଶ କରିବାକୁ ଦିଆଯିବନି । କୋଟିଆରେ ଆନ୍ଧ୍ର ଅଧିକାରୀ ଓ ନେତା ପ୍ରଚାର ଚଳାଇଛନ୍ତି ।
