ଖୁଡିକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଦାଦାକୁ ଆକ୍ରମଣ, ପୁତୁରା ଫେରାର
କେନ୍ଦ୍ରାପଡା : ଦାଦାକୁ ସାବଳରେ ବାଡେଇ ଗୁରୁତର କଲା ପୁତୁରା । ଖୁଡିକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଦାଦାକୁ ଆକ୍ରମଣ । ଦାଦା ଶଶିକାନ୍ତ କଟକର ଏକ ଘରୋଇ ମେଡିକାଲରେ ଆଇସିୟୁରେ ଭର୍ତ୍ତି । ଅଭିଯୁକ୍ତ ପୁତୁରା ନିଳାଦ୍ରି ଫେରାର। ଗିରଫ ଦାବିରେ କେନ୍ଦ୍ରାପଡ଼ା ସଦର ଥାନା ଆଗରେ ଶତାଧିକ ଲୋକଙ୍କ ପ୍ରତିବାଦ। ଥାନା ଗେଟରେ ତାଲା ପକାଇ ଭିତରେ ରହିଲେ ପୋଲିସ।
କେନ୍ଦ୍ରାପଡା ସଦର ଥାନା ନରଣପଡା ଗାଁର ଘଟିଛି ଏପରି ଅମାନବିୟ କାଣ୍ଡ । ଗାଁର ସଂଘମିତ୍ରା ଦାଶଙ୍କୁ ତାଙ୍କ ପଡୋଶୀ ପୁତୁରା ନିଳାଦ୍ରି ଗତ କିଛି ମାସ ଧରି ପ୍ରେମ ନିବେଦନ କରି ଆସୁଥିଲେ । ସଂଘମିତ୍ରା ଏହାର ପ୍ରତିବାଦ କରିବାରୁ ନିଳାଦ୍ରି କ୍ରୋଧାନ୍ବିତ ହୋଇ ସଂଘମିତ୍ରାଙ୍କ ସ୍ଵାମୀ ଶଶିକାନ୍ତଙ୍କୁ ରବିବାର ସନ୍ଧ୍ୟାରେ ଏକ ଶାବଳରେ ଆକ୍ରମଣ କରିଥିଲେ । ଅଭିଯୁକ୍ତକୁ ଧରିବାରେ ପୋଲିସ ବିଳମ୍ବ କରିବା ଅଭିଯୋଗରେ ଶଶିକାନ୍ତଙ୍କ ସ୍ତ୍ରୀ ଓ ଗ୍ରାମବାସୀ କେନ୍ଦ୍ରାପଡା ସଦର ଥାନା ଆଗରେ ଧାରଣାରେ ବସିଛନ୍ତି ।
