ଗଞ୍ଜାମରେ ବନ୍ୟା ଆତଙ୍କ, ପଳାସପୁର ବ୍ରିଜ୍ ଉପରେ ୫ ଫୁଟର ପାଣି ପ୍ରବାହିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗିନ। ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ୁଛି । ସାନଖେମୁଣ୍ଡି ବ୍ଲକର ପଳାସପୁର ବ୍ରିଜ୍ ଉପରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଦିଗପହଣ୍ଡିରୁ ଆସିକାକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁସାରେ, ଗତକାଲି ଅପରାହ୍ଣରୁ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏପଟେ ରାତିସାରା ଲାଗି ରହିଛି ବର୍ଷା। ଯାହାକୁ ନେଇ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯାଇଛି। ସାନଖେମୁଣ୍ଡି ବ୍ଲକର ଅନେକ ଗାଁ ଜଳବନ୍ଦୀ ହୋଇ ରହିଥିବା ବେଳେ ପଳାସପୁର ଗାଁରେ ମଧ୍ୟ ଆତଙ୍କର ବାତାବରଣ ଦେଖାଦେଇଛି।

ଲଗାଣ ବର୍ଷା ଯୋଗୁଁ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। ବ୍ରିଜ୍ ଉପରେ ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କୁ ସେହି ରାସ୍ତାରେ ଯାତାୟାତ ନକରିବାକୁ ସତର୍କ ରହିବା ଆବଶ୍ୟକ। ଏବେ ସମସ୍ତଙ୍କ ନଜର ପାଣି କମିବା ଏବଂ ସ୍ଥିତି ସ୍ୱାଭାବିକ ହେବା ଉପରେ ରହିଛି।

Spread the love

Leave a Reply

Your email address will not be published. Required fields are marked *