ଗିଡ଼ିପାବାଲିରେ ଥମୁନି ମୃତ୍ୟୁର ତାଣ୍ଡବ, ଉଦ୍ଧାର ହେଲା ଆଉ ୨ ମୃତଦେହ

କନ୍ଧମାଳ: ଭୂସ୍ଖଳନ ସ୍ଥଳରୁ ଆଉ ୨ ମୃତଦେହ ଉଦ୍ଧାର । ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ଆଉ ୨ ମୃତଦେହ ଉଦ୍ଧାର । ଜଣେ ଶିଶୁ ଓ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୂର୍ବରୁ ଭୂସ୍ଖଳନ ସ୍ଥଳରୁ ୨ଟି ମୃତଦେହ ଉଦ୍ଧାର ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଆଉ ୯ ଜଣ ନିଖୋଜଙ୍କ ସନ୍ଧାନ ମିଳିନାହିଁ । ଉଦ୍ଧାର କାର୍ଯ୍ୟ ପୁଣି ତ୍ବରାନ୍ବିତ କରାଯାଇଛି । ଅନ୍ୟ ନିଖୋଜଙ୍କ ସନ୍ଧାନ ପାଇଁ ରେସକ୍ୟୁ ଅପରେସନ ଚାଲିଛି ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଭଞ୍ଜନଗର ବ୍ଳକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ରାତି ଅଧରେ ଗାଁ ଉପରକୁ ମାଡ଼ି ଆସିଥିଲା ପାହାଡ଼ । ଶୋଇଥିବା ଅବସ୍ଥାରେ ମାଟି ତଳେ ଚାପି ହୋଇ ଯାଇଥିଲେ । ଯେଉଁମାନେ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ ସେମାନେ ବର୍ତ୍ତି ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *