ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ଓ ପ୍ରେମ ନିବେଦନ ଅଭିଯୋଗ, ଥାନାରେ ଶିକ୍ଷକ ଅଟକ

କଣ୍ଟାବାଞ୍ଜି : ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ଓ ପ୍ରେମ ନିବେଦନ ଅଭିଯୋଗ । ଶିକ୍ଷକଙ୍କୁ ଅଟକ ରଖିଲା ପୋଲିସ ।  ବଲାଙ୍ଗିର ସିନ୍ଧେକେଲା ଥାନା ଲିମପଡା ହାଇସ୍କୁଲରେ ଅଭାବନୀୟ ଘଟଣା ଘଟିଛି ।  ଅଭିଯୋଗ ଅନୁସାରେ, ହାଇସ୍କୁଲର ଜଣେ  ଶିକ୍ଷକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ମେସେଜ୍ ପଠାଇଥିଲେ ।  ଏନେଇ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ ।  ପରେ ଉକ୍ତ  ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ ।  ମେସେଜ୍ ଓ ଅନ୍ୟାନ୍ୟ ତଥ୍ୟର ଯାଞ୍ଚ ଚାଲିଛି।  ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।  ସ୍କୁଲ ଭଳି ଏକ ପବିତ୍ର ସ୍ଥାନରେ ଗୁରୁ ହେଉଛନ୍ତି ଭଗବାନ । ହେଲେ ଗୁରୁ ଓ ଶିଷ୍ୟ ଭଳି ପବିତ୍ର ସମ୍ପର୍କକୁ କଳଙ୍କିତ କରିଛନ୍ତି ଜଣେ ଶିକ୍ଷକ । ଏଭଳି ଘଟଣା ଅଂଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *