ଜମ୍ମୁ-କାଶ୍ମୀରର ସୋପିଆଁ ଓ ହନ୍ଦୱାଡ଼ାରେ ଏକକାଉଣ୍ଟର, 3 ଆତଙ୍କୀ ମୃତ

ଜମ୍ମୁ-କାଶ୍ମୀରର ସୋପିଆ ଓ ହନ୍ଦୱାଡ଼ାରେ ସେନା ଗୁଳିରେ 3 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।  ଦକ୍ଷିଣ ସୋପିଆଁର କିଲ୍ଲୋର ଅଞ୍ଚଳରେ ଆଉ 3  ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଛି । କେଲ୍ଲର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।

ସେନା, ପୋଲିସ ଓ ସିଆରପିଏଫଙ୍କ ଦ୍ୱାରା ମିଳିତ ଅପରେସନ କରାଯାଉଛି । ହନ୍ଦୱାଡାରେ ମଧ୍ୟ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରର ବାନ୍ଦିପୋରା ଏବଂ ସୋପିଆଁ ଜିଲ୍ଲାରେ ମାର୍ଚ୍ଚ 23ରେ ସେନା ଭିନ୍ନ ଭିନ୍ନ ସ୍ଥାନରେ ଏକକାଉଂଟର କରିଥିଲା । ଏଥିରେ ମୋଟ 6 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ 2 ଜଣ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ ।

Spread the love