ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଜୀବନ ହାରିବା ଘଟଣା, ହୋମ ଯଜ୍ଞ କରାଇ କର୍ତ୍ତା ବସିଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋମ ଜଜ୍ଞ । ନିଜେ ଜିଲ୍ଲାପାଳ ହୋମରେ କର୍ତ୍ତା ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଜୀବନ ହାରିବା ଘଟଣାର ରହସ୍ୟ ଫିଟୁନି । ତଦନ୍ତ ପାଇଁ ପରିବାର ଲୋକ ଦାବି କରୁଛନ୍ତି । ଏପଟେ କିନ୍ତୁ ପୂଜା କରିବାରେ ବ୍ୟସ୍ଥ ଜିଲ୍ଲାପାଳ । ପୁଅ ଜୀବନ ହାରିବାର ତଦନ୍ତ କ୍ରାଇମବ୍ରାଞ୍ଚ କରିବାକୁ ଦାବି କରିଛନ୍ତି ମୃତ ଶ୍ରୀଚନ୍ଦନଙ୍କ ବାପା । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସିଡ଼ିରେ ଶ୍ରୀଚନ୍ଦନ ଦାସ ନାମକ ଯୁବକ ଜୀବନ ହାରିବା ପରେ ଏହା ପଛର କାରଣକୁ ନେଇ ଚାଲିଛି ଘଣ୍ଟାଚକଟା ।
କ’ଣ ଏମିତି ଘଟିଲା ଯେ ଏଭଳି ଚରମ ନିଷ୍ପତ୍ତି ନେଲେ ଶ୍ରୀଚନ୍ଦନ? ଅଫିସ ବାରଣ୍ଡାରେ ଥିବା ଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ହୋମ କରାଯାଉଛି । ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ଧୂଆ ପୋଛା କରାଯାଇ ପୂଜା କରାଯାଇଛି । ଜିଲାପାଳଙ୍କ କାର୍ଯ୍ଯାଳୟର ପ୍ରବେଶ ଦ୍ୱାରରେ ଶୁଭ କଳସ ସ୍ଥାପନ କରାଯାଇ ହୋମ କରାଯାଇଥିଲା । ଏହାଦ୍ୱାରା ସମଗ୍ର କାର୍ଯ୍ୟାଳୟର ସୁଦ୍ଧ କରଣ ହୋଇ ପାରିବ ବୋଲି ବିଶ୍ଵାସ ରହିଛି । ତେବେ ଏ ନେଇ କାର୍ଯ୍ୟାଳୟର କୌଣସି କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
