ଟ୍ରକକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
ସୋର : ପ୍ରାୟ ୨୦ ଫୁଟ ଓଭରବ୍ରିଜ ତଳକୁ ଖସିଲା ଆଳୁ ବୋଝେଇ ଟ୍ରକ୍, ୨ ମୃତ । ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ତଳନଗର ଓଭର ବ୍ରିଜ ତଳକୁ ଖସି ପଡିଲା ଆଳୁ ବୋଝେଇ ଟ୍ରକ l ଆଳୁ ବୋଝେଇ ଟ୍ରକର ଡ୍ରାଇଭର ଓ ହେଲଫର ମୃତ l ମୃତକଙ୍କ ପରିଚୟ ମିଳିପାରି ନାହିଁ l ଘଟଣାସ୍ଥଳରେ ଏନଏଚ ପାଟ୍ରୋଲିଙ୍ଗ ଭ୍ୟାନ ଓ ସୋର ପୋଲିସ ଉଭୟ ମୃତକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇଛି l ପଶ୍ଚିମବଙ୍ଗରୁ ଚନ୍ଦ୍ରକୋଣରୁ ପଟ୍ଟାମୁଣ୍ଡାଇ ଯିବା ବେଳେ ଦୁର୍ଘଟଣା ଘଟିଛି l
ସୂଚନାଯୋଗ୍ୟ ପଛକୁ ପଛ ପିଟିହେଲେ ୩ଟି ଗାଡ଼ି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ମୃତ, ୪ ଗୁରୁତର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ତିଶଳପୁର ଛକ ନିକଟରେ ସିରିଜ୍ ଦୁର୍ଘଟଣା । ଯାତ୍ରୀବାହି ବସ୍ -ଟ୍ରକ ଓ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ଗତକାଲି ରାତି ପ୍ରାୟ ୨ଟା ବେଳେ ଗୋଟିଏ ଯାତ୍ରୀବାହି ବସ୍ କୋଲକାତାରୁ ଭୁବନେଶ୍ବର ଯାଉଥିବା ବେଳେ ବସ୍ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା । ବସ୍ ଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ପଛରେ ବସ୍ କୁ ଧକ୍କା ଦେଇଥିଲା ଅନ୍ୟ ଏକ ଟ୍ରକ ।
ପରେ ସେହି ଟ୍ରକକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା ଏକ ପିକଅପ ଭ୍ୟାନ୍ । ଘଟଣାସ୍ଥଳରେ ପିକଅପ ଭ୍ୟାନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିଚୟ ମିଳିପାରିନାହିଁ । ୪ ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଗୁରୁତର ୨ବାପ ପୁଅଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଂଚି ତଦନ୍ତ କରିଥିଲା ।
