ଡାଲମା ହାଣ୍ଡିରେ ସାପ, ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ

ପଟ୍ଟାମୁଣ୍ଡାଇ : ଡାଲମା ହାଣ୍ଡିରେ ସାପ । ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ l କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ଅଭାବନୀୟ ଘଟଣା ଘଟିଛି  l ଭାଗବତ ସପ୍ତାହ ଅଵସରରେ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ପ୍ରସାଦ ରନ୍ଧା ଯାଇଥିଲା । ୪ଶହ ଲୋକଙ୍କ ପ୍ରସାଦ ସେବନ ପାଇଁ ଖାଦ୍ୟ ରନ୍ଧା ହୋଇଥିଲା  l ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଭୟଭୀତ ହୋଇଥିଲେ ଲୋକେ । ପ୍ରସାଦ ସେବନ କରିଥିବା ଲୋକେ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି  l ପ୍ରାୟ ୪୦ ଲୋକ ଏହି ସାପ ପଡ଼ିଥିବା ଡାଲମା ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଛି l

ଗତ ୩ ମାସ ତଳେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବାଉଁଶପୁଟ ସରକାରୀ ୟୁପି ସ୍କୁଲରେ ସମାନ ଅଘଟଣ ଘଟିଥିଲା l ଝିଟିପିଟି ପଡ଼ିଯାଇଥିବା ବିଷାକ୍ତ ଖାଦ୍ୟ ଖାଇ ୯୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ l ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖାଦ୍ୟରେ ଝିଟିପିଟି ପଡ଼ିଥିବା ନେଇ ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥଲେ । ପ୍ରଧାନଶିକ୍ଷକ ତୁରନ୍ତ ମେଡିକାଲକୁ ଫୋନ କରିଥିଲେ । ବନ୍ଧୁଗାଁ ସ୍ବାସ୍ଥ୍ୟ ବିଭାଗ ଟିମ୍ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପରବର୍ତ୍ତୀ ସମୟରେ ସମସ୍ତ ଛାତ୍ରୀ ସୁସ୍ଥ ହୋଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *