ତାମିଲନାଡ଼ୁ ଗ୍ୟାସ୍ ଦୁର୍ଘଟଣା ପରେ ଚେତିଲା ପ୍ରଶାସନ, ଦାଦନ ଦଲାଲ ନାଁରେ ତେଲକୋଇ ଥାନାରେ ଅଭିଯୋଗ

କେନ୍ଦୁଝର: ତାମିଲନାଡ଼ୁ ଗ୍ୟାସ୍ ଦୁର୍ଘଟଣା ପରେ ଦାଦନ ଦଲାଲ ନାଁରେ କେନ୍ଦୁଝର ତେଲକୋଇ ଥାନାରେ ଏତଲା ଦେଲା ଜିଲ୍ଲା ଶ୍ରମ ବିଭାଗ । ଦାଦନ ଦଲାଲ୍ ଶ୍ରୀକାନ୍ତ ଜୁଆଙ୍ଗ ନାଁରେ ଅଭିଯୋଗ ହୋଇଛି । ଦଲାଲ୍ ଶ୍ରୀକାନ୍ତ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କୁ ତାମିଲନାଡୁ ନେଇଥିବା କହିଛନ୍ତି ଶ୍ରମ ଅଧିକାରୀ । ଶ୍ରୀକାନ୍ତ ଜୁଆଙ୍ଗକୁ ଏସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଶ୍ରୀକାନ୍ତଙ୍କ ବିରୋଧରେ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରମ ଅଧିକାରୀ । ତାମିଲନାଡୁ ଗ୍ୟାସ୍ ଟ୍ରାଜେଡ଼ିରେ ମୃତ ୧୩ଜଣ ଜୁଆଙ୍ଗ ଝିଅଙ୍କ ମଧ୍ୟରୁ ୬ଜଣ ନାବାଳିକା । ଦୁର୍ଘଟଣା ପରେ ୫୮ଜଣ ଶ୍ରମିକ କେନ୍ଦୁଝର ଫେରିଥିବା ବେଳେ ସେମାନେ କିପରି କାମଧନ୍ଦା ପାଇବେ, ସେନେଇ ପ୍ରଶାସନିକ ସ୍ତରରେ ଚେଷ୍ଟା କରାଯାଉଛି ।

ସୂଚନାଯୋଗ୍ୟ, ଗତ ୨୧ତାରିଖ ଦିନ ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ପେରିୟପାଲୟମ ନିକଟରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଏକାଧିକ କର୍ମଚାରୀ ମୃତ୍ୟୁବରଣ କରିଥିବାବେଳେ ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *