ତୃତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ୪୨ ଗୋଟି ବିଧାନସଭା ଓ ୬ଗୋଟି ଲୋକସଭା ଆସନ ପାଇଁ ବିଜ୍ଞାପ୍ତି ପ୍ରକାଶ ପାଇଛି

ତୃତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ୪୨ ଗୋଟି ବିଧାନସଭା ଓ ୬ଗୋଟି ଲୋକସଭା ଆସନ ପାଇଁ
ବିଜ୍ଞାପ୍ତି ପ୍ରକାଶ ପାଇଛି । ଲୋକସଭା ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାବେଳେ ୬୩-ଆଠମଲ୍ଲିକ, ୧୧୦-ପିପିଲି ଓ ୧୧୩-ଭୁବନେଶ୍ୱର(ଉତ୍ତର) ବିଧାନସଭା ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଆଦର୍ଶ ଆଚରଣ ବିଧି ଉଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୭ ଲକ୍ଷ ୧୧ ହଜାର
୭୩୮ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ
ବେଆଇନ୍‌ ଭାବେ ଲାଗିଥିବା ୭୦ ହଜାର ୩୯୩ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।

ରାଜ୍ୟସ୍ତରୀରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା ୪୦୩ଟି କଲ୍‌ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି ଯାହା ମଧ୍ୟରୁ ୧୮୩ଟି ଅଭିଯୋଗର
ସମାଧାନ ପାଇଁ ଜିଲ୍ଲାସ୍ତରକୁ ପଠାଯାଇଛି । ରାଜ୍ୟସ୍ତରୀୟ ଭୋଟର ହେଲପ୍‌ ଲାଇନ୍‌ ନଂ-୧୯୫୦କୁ ଆଜି ସୁଦ୍ଧା
୧୧୯୩୬ଟି ଅଭିଯୋଗ ଗ୍ରହଣ କରାଯାଇ ତାହାର ତ୍ୱରିତ ସମାଧାନ କରାଯାଇଛି ।

ସି-ଭିଜିଲ୍‌ ଆପ୍‌ ମାଧ୍ୟମରେ ବର୍ତ୍ତମାନ
ସୁଦ୍ଧା ୪୦୦ଗୋଟି ଅଭିଯୋଗ ଗ୍ରହଣ କରାଯାଇ ସେଥି ମଧ୍ୟରୁ ୩୫୧ଗୋଟି ଅଭିଯୋଗର ସମାଧାନ କରାଯାଇଛି ।

Spread the love