ଦର୍ପଦଳନ ସମ୍ନାରେ ଅଭାବନୀୟ ଘଟଣା; ଜଣେ ଭକ୍ତ ମୃତ
ପୁରୀ, ୨୭/୭/୨୦୨୬: ପ୍ରଶାସନର ଅବ୍ୟବସ୍ଥା ଚରମ ସୀମାରେ। ଦଳାଚକଟାରେ କଟକର ଅଭିରାମ ଦାସ (୫୭) ମୃତ୍ୟୁବରଣ କରିଛନ୍ତି। ବଗଲଶ ଧର୍ମଶାଳାରେ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ବଡ଼ଦାଣ୍ଡରୁ ଅସୁସ୍ଥ ହୋଇ ୧୦୨ ଜଣ ଭକ୍ତ ଆହତ ହୋଇ ପୁରୀ ମେଡିକାଲ୍ରେ ଆଡ୍ମିଟ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ଗୁରୁତର ଆହତ ହୋଇ ଟ୍ରମାକେୟାରରେ ଭର୍ତ୍ତି ହୋଇଛନ୍ତି।
ତ୍ରୁଟିଶୂନ୍ୟ ରଥଯାତ୍ରାର ଡିଣ୍ଡିମ ପିଟୁଥିବା ଡବଲ ଇଞ୍ଜିନ ସରକାର ପୁଣି ଥରେ ରାଜ୍ୟବାସୀରଙ୍କୁ ଅପମାନିତ କରିଛନ୍ତି। ପ୍ରଶାସନ ଅହଙ୍କାର ନ ରଖି, ଆସନ୍ତାକାଲି ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ଭଳି ଦେବନୀତିଗୁଡ଼ିକ ସୂଚାରୁରୂପେ ପରିଚାଳନା କରିବା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କ ନିକଟରେ ସମର୍ପିତ ହୁଅନ୍ତୁ। ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଦଳାଚକଟାରେ ମୃତ ଓ ଆହତ ଘଟଣାର ବିଚାର ବିଭାଗୀୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସାଧାରଣରେ ଦାବି କରା ଯାଇଛି।
