ପାକିସ୍ତାନରେ ବିଶାଳ ତେଲଭଣ୍ଡାରର ସନ୍ଧାନ !

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଖାନ ନିକଟରେ ଏକ ସଂକେତ ଦେଇ କହିଛନ୍ତି ଯେ କରାଚି ସମୁଦ୍ରସୀମାରେ ବିଶାଳ ତେଲ ଭଣ୍ଡାର ଅନୁସନ୍ଧାନ କରାଯାଇଛି। ଇରାନ ସୀମାଠାରୁ 230 କିମି ଦୂରରେ ଏହି ତେଲ ଭଣ୍ଡାର ଅବସ୍ଥିତ । ପାକିସ୍ତାନର ଅନେକ ମନ୍ତ୍ରୀ କହିଛନ୍ତି ପାକିସ୍ତାନରେ ତେଲ ଓ ଗ୍ୟାସ ଭଣ୍ଡାର ଅଛି । ହେଲେ ତେଲ ଭଣ୍ଡାରର ଆକାର ଏବେ କହିବା ଉଚିତ ହେବନାହିଁ  ବୋଲି କୁହାଯାଇଛି।  ଯଦି ପାକିସ୍ତାନରେ ତେଲ  ଫତ୍ପାଦନ ହେବ ତେବେ ଦେଶର ପୁରା ଅର୍ଥବ୍ୟବସ୍ଥା ବଦଳିଯିବ ।  ସୂତ୍ରରୁ ପ୍ରକାଶ ଯେ ଭବିଷ୍ୟତରେ ଯଦି ପାକିିିିସ୍ତାନରେ ତେଲ ଉତ୍ପନ୍ନ ହେବ ତେବେ ବିଦେଶକୁ ମଧ୍ୟ ତେଲ ରପ୍ତାନୀ କରିପାରିବ । ପାକିସ୍ତାନର ଅଧିକାରୀ ଅବଦୁଲା ହୁସେନ ହୁରେନ କହିଛନ୍ତି ପାକିସ୍ତାନ ଯେଉଁ ତେଲ ଭଣ୍ଡାର ଅନୁସନ୍ଧାନ କରୁଛି  ତାହା  କୋଏତ ତେଲ ଭଣ୍ଡାର ଠାରୁ ଅଧିକ ବଡ ହେବ ।

ଫେଡେରେସନ ଅଫ୍ ପାକିସ୍ତାନ ଚେମ୍ବରସ୍ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ( FPCCI) ବୈଠକରେ ହୁରେନ କହିଛନ୍ତି ଆମେରିକା କମ୍ପାନୀ ତେଲ ଭଣ୍ଡାର ଅନୁସନ୍ଧାନ କରିବାରେ ଲାଗି ପଡିଛନ୍ତି । ଏହାସହ ହୁରେନ କହିଛନ୍ତି ଯଦି ପାକିସ୍ତାନ ତେଲ  ଉତ୍ପାଦନ କରେ ତେବେ ବିଶ୍ୱର ଷ୍ଟ୍ରେଷ୍ଠ 10 ତେଲ ଉତ୍ପାଦନ ଦେଶ ମଧ୍ୟରେ ସାମିଲ ହେବ । କୋଏତକୁ ମଧ୍ୟ ପଛରେ ପକାଇଦେବ ପାକିସ୍ତାନ । ଏକ ରିପୋର୍ଟ ମୁତାବକ  କୋଏତରେ ତେଲ ଭଣ୍ଡାର 101.5  ଅରବ ବେରଲ ଅଛି । ଦୁନିଆର  ତେଲ ଭଣ୍ଡାରର 6 ପ୍ରତିଶତ ।

Spread the love