ପାଦ ଥାପୁଥାପୁ ଝୁଣ୍ଟିଲେ ସମ୍ବିତ ପାତ୍ର, ପୁରୀ ଜିଲ୍ଲାପାଳ କଲେ ନୋଟିସ

ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢିବେ ସମ୍ବିତ ପାତ୍ର । ଏଥିପାଇଁ ସେ ଜୋରସୋରରେ ପ୍ରାଚର ଆରମ୍ଭ କରିଦେଇଛନ୍ତି । ହେଲେ ସେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ପୁରୀ ଜିଲ୍ଲାପଳ ତାଙ୍କୁ ନୋଟିସ ଜାରି କରିଛନ୍ତି ।  ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ନ ନେଇ ଶୋଭାଯାତ୍ରା କରିଥିବାରୁ ନୋଟିସ୍ ଜାରି ହୋଇଛି।

ସୂଚନା ଅନୁଯାୟୀ, ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ କଂଗ୍ରେସ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲା। ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଡଃ ପାତ୍ରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସମ୍ବିତ ପାତ୍ର ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହକୁ ହାତରେ ଧରି ନିର୍ବାଚନ ରାଲି କରିଥିଲେ। ଯାହାକି ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲଙ୍ଘନ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କଂଗ୍ରେସ ଦାବି କରିଥିଲା ।

Spread the love