ପ୍ରେମିକାକୁ ହତ୍ୟା ଘଟଣାରେ ପ୍ରେମିକ ଗିରଫ

ବ୍ରହ୍ମପୁର: ପ୍ରେମିକାକୁ ହତ୍ୟା ଘଟଣାରେ ପ୍ରେମିକ ଗିରଫ । ରାକେଶ ଆଚାର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ପୋଲିସ । ପ୍ରେମିକା ବିବାହ ପାଇଁ ବାରମ୍ବାର ଦାବି କରିବାରୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ପ୍ରେମିକ । ବୁଲାଇନେବା ବାହାନାରେ ବାଇକରୁ ଠେଲିଦେଇଥିଲା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଂଚଳର ଅମ୍ବିକା ଯୁକ୍ତ ଦୁଇ ପରେ ବ୍ରହ୍ମପୁରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଲାଇଥିଲେ ।

୭ ତାରିଖ ସନ୍ଧ୍ୟାରେ ପ୍ରେମିକ ରାକେଶଙ୍କ ସହିତ ବାଇକରେ ଗୋପାଳପୁର ଯାଇଥିଲେ । ସେଠାରୁ ରାତିରେ ଫେରିବା ବେଳେ ଆଙ୍କୁଲି ଓଭରବ୍ରିଜ ନିକଟରେ ଅମ୍ବିକାଙ୍କୁ ଠେଳି ଦେଇଥିଲା ଅଭିଯୁକ୍ତ । ପରେ ଦୁର୍ଘଟଣା ହୋଇଥିବା କହି ପରିବାରକୁ ଜଣାଇଥିଲା । କିନ୍ତୁ ରାକେଶ କଥାରେ ତାଳମେଳ ନଥିବାରୁ ଥାନାରେ ଅଭିଯୋଗ କରିଥିଲେ ଅମ୍ବିକାଙ୍କ ମାମୁ । ପୋଲିସ ଘଟଣାର ତଦନ୍ତ କରିବା ପରେ ରାକେଶ ଆଚାର୍ଯ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *