ବଡ଼ଦାଣ୍ଡକୁ ମାଡ଼ି ଆସିଲେ ବହୁ ସଂଖ୍ୟାର ଚିଲ
ପୁରୀ: ବଡ଼ଦାଣ୍ଡରେ ଚିଲ । ହଠାତ୍ ବଡ଼ଦାଣ୍ଡକୁ ମାଡ଼ି ଆସିଲେ ବହୁ ସଂଖ୍ୟାର ଚିଲ । ପୁରୀ ବଡ଼ଦାଣ୍ଡ ମାଉସୀ ମା’ ମନ୍ଦିର ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅନେକ ସଂଖ୍ୟାର ଚିଲ ବଡ଼ଦାଣ୍ଡରେ ଘୁରି ବୁଲିଲେ । ରାସ୍ତାରେ କିଛି ମାଂସ ପଡ଼ିଥିବାରୁ ଚିଲ ଆସିଥିବା ଜଣାପଡ଼ିଛି । ଏତେ ସଂଖ୍ୟାର ଚିଲ ବୁଲୁଥିିବାରୁ କିଛି ସମୟ ଚର୍ଚ୍ଚା ଆଲୋଚନା ହୋଇଥିଲା ।
